କବିତା

ଅସ୍ତିତ୍ୱ

Smitasubhadarshani Mohanty's odia poem Astitwa

ସୁନେଲୀ କିରଣ ରଶ୍ମିରେଖା ସୁରୁଜର
ତଥାପି ମଉଳି ନାହିଁ ଫୁଲ ପରଶର. . .

ଅସ୍ତିତ୍ୱ

ପ୍ରଜ୍ଜ୍ୱୋଳିତ ଦୀପଶିଖାରେ
ଅସ୍ତିତ୍ୱ ଏକ ପାଗଳ ପତଙ୍ଗର
ଯୌବନର ଫଗୁଣରେ
ଚୁନା ଚୁନା ମିଠା ରାଗ ବର୍ଷାର. . . (୧)

ସୁନେଲୀ କିରଣ ରଶ୍ମିରେଖା ସୁରୁଜର
ତଥାପି ମଉଳି ନାହିଁ ଫୁଲ ପରଶର. . . (୨)

ଦୂର ଗଗନର ସୀମା ପରିସୀମା ପରିବ୍ୟାପ୍ତ ପୁଣି
ଦିଗନ୍ତ ବିସ୍ତାର,
କ୍ଷଣେ ପ୍ରତିକ୍ଷଣେ ଆନ୍ଦୋଳିତ କରେ ହୃଦୟକୁ ମୋର. . . (୩)

କ’ଣ ଠିକ୍ କ’ଣ ଭୁଲ୍, ଆଉ କିଏ ନିଜ ଅବା ପର. . . (୪)

ଜାଣେନା କେଉଁଠି ଶେଷ ଏଇ କାହାଣୀର. . . (୫)

ଭିନ୍ନ ଏକ କାହାଣୀ ନିଆରା ଏକ ଅନୁଭୂତି,
ଭାବନାରେ ଭାସିବୁଲେ କେତେ ସତ ମିଛ ପ୍ରତିଶ୍ରୁତି . . . (୬)

ତତଲା ନଈବାଲିରେ ଶିଳ୍ପୀର ମନଭୁଲା ଚିତ୍ର ଆଉ ମୂର୍ତ୍ତି,
ଅଜାଡ଼ି ଦିଏ ଆଞ୍ଜୁଳାଏ ସାଇତା ସ୍ମୃତି ଆଉ ପ୍ରୀତି… (୭)

ତଥାପି ମନରେ ପ୍ରଶ୍ନ କାହିଁକି କିପରି,
ସବୁ ବୁଝି ଅବୁଝା ସେ କାହିଁକି ଏପରି ! ! ! . . . (୮)

ସତରେ ଅସ୍ତିତ୍ୱ ତୁମେ ଏପରି ଜଟିଳ,
ରହିଚ ରହିବ ରହିଥିବ କାଳକାଳ. . . (୯)

ଲୋକପ୍ରିୟ ଲେଖା

To Top