ରାକ୍ଷସମାନେ ଦଳବଳ ହୋଇ ମାଡି ଆସନ୍ତି,
ବନ୍ଦ୍ ହୋଇଥିବା ଝର୍କାର ପବନପରି
ଦୁଲୁକି ଆସି ମାଡିବସନ୍ତି, ଛାତିର କୋରଟକୁ
ଡରରେ ଫାଟି ପଡ଼ନ୍ତି ଲୋକମାନେ
ସତେକି ଅବା ଭୁମିକମ୍ପ ।
ହସନ୍ତି ନାହିଁ
ଗୋଟେ ଅଶ୍ରବଣୀୟ ଚିତ୍କାର କରନ୍ତି ।
ସେମାନେ ନାଚନ୍ତି ,ଗାଆନ୍ତି, ଆଉ ଶୃତିମଧୁର ବାକ୍ୟ ମଧ୍ୟ ଶୁଣନ୍ତି
ଭୁଇଁରେ ଲୋଟି ପଡନ୍ତି ମୃତ ଯବାନ୍ ଭଳି
ଆମେମାନେ ଭଦ୍ରଲୋକ
“ତଥାପି ଅମେ ସ୍ୱାଧୀନତା ଅଧିକାରର ସମର୍ଥକ ନୋହୁଁ” ।