କବିତା

ବାପା

Basanti Das's odia poem Baapaa

ବାପା ;
ଚାହିଁଦେଲେ ଥରେ
ତେଜହୀନ ସ୍ନେହମିଶା ଚାହାଣୀରେ
ଲାଗେ,ସ୍ବର୍ଗର ଐଶଯ୍ୟ
ମୋ ହାତ ପାହାନ୍ତାରେ
ଖସି ପଡୁଛି
ଚୁନାଚୁନା ତାରାଫୁଲ ପରି ॥

ବାପା

ବାପା,
ପାଂଚହାତ ଉଚ୍ଚତାର
କଳା ମଚମଚ ମଣିଷଟିଏ
ସ୍ନେହ ସ୍ନିଗ୍ଧ ହାଡୁଆ ପାପୁଲୀରେ
ଯେବେ ମଥାରେ ବୁଲାଇ ଦିଅନ୍ତି ହାତ
ଲାଗେ;
ଅଭୟ ବରଦା ଆଶିର୍ବାଦ
ବର୍ଷା ହେଉଛି
ମୋ ସମଗ୍ର ଶରୀର ରେ ॥

ବାପା ;
ଚାହିଁଦେଲେ ଥରେ
ତେଜହୀନ ସ୍ନେହମିଶା ଚାହାଣୀରେ
ଲାଗେ,ସ୍ବର୍ଗର ଐଶଯ୍ୟ
ମୋ ହାତ ପାହାନ୍ତାରେ
ଖସି ପଡୁଛି
ଚୁନାଚୁନା ତାରାଫୁଲ ପରି ॥

ସେଇ ବାପା,ଅଜି ଜରାଗ୍ରସ୍ତ
ମତେ ଦେଖିଲେ
ଚାହାଁନ୍ତି କେବଳ
ଏକ ଅବୋଧ ଶିଶୁର ଚାହାଣୀରେ;
ଆଖିରେ ଲୁହର ସାଗର
ମନରେ ଅସରନ୍ତି କୋହ
ହାତ ଆଉ ଚାହିଁଲେ ଉଠେନା
ମଥାକୁ ମୋର ଦେବାକୁ ଆଶିର୍ବାଦ
ଖାଲି ନିରବତା ଆଉ ନିରବତା
ସେଇ ଦୃଷ୍ ଟିର କରୁଣତାରେ
ଭରା ଯୁଗଯୁଗର ଯନ୍ତ୍ରଣା
ଏବଂ ଅବସୋସ ।

ଲୋକପ୍ରିୟ ଲେଖା

To Top