କବିତା

ବରଷା ପରଶେ

Barasha Parashe an odia poem by Munna Mohapatra

ଭରା ଆଜି ନଈ ନାଳ ଖରସୁଆ
ଝରଣା ମନରେ ହସ,
ପିଲା ଖୁସି ମନେ ନାଚନ୍ତି ବର୍ଷାରେ
ମନ ଯେ କେତେ ଉଲ୍ଲାସ ।

ବରଷା ପରଶେ

ତୁମରି ପରଶେଶୀତଳ ଏ’ ଧରା
ଜନଙ୍କ ମନେ ଆନନ୍ଦ,
ଗ୍ରୀଷ୍ମ ତାପରୁ ଗୋପାଇଅଛୁ ତ୍ରାହି
ମନେ ଯେ କେତେ ଉନ୍ମାଦ ।

ଭରା ଆଜି ନଈନାଳ ଖରସୁଆ
ଝରଣା ମନରେ ହସ,
ପିଲା ଖୁସି ମନେନାଚନ୍ତି ବର୍ଷାରେ
ମନ ଯେ କେତେ ଉଲ୍ଲାସ ।

କୃଷକ ଖଟଇଖୁସୀ ମନ ନେଇ
ହସିବ ସୁନାର କ୍ଷେତ,
ଶ୍ରମିକର ମନେଏତେ ଯେ ଆନନ୍ଦ
ଖୁସୀରେ ଗାଏ ସେ ଗୀତ ।

ଦୂର ପାହାଡ଼ ଯେସବୁଜରେ ଭରା
ପିନ୍ଧି ସେ ମେଘ ଓଢ଼ଣା,
ମୋ’ ସହରେ ଆଜିଆସିଛି ବରଷା
ସତେ କି ନେଇ ଝୁଲଣା ।

ବରଷାର ଧାରଖେଳଇ ଯେ ଦୋଳି
ଛୁଟାଇ ଜଳର ସୁଅ,
କାଗଜର ଡଙ୍ଗାଭାସେ ଝୁଲି ଝୁଲି
ସତେ କି ସାଧବ ପୁଅ ।

ବନେ ସବୁଜିମାବଗିଚା ସବୁଜ
ସବୁଜ ସୁନ୍ଦର ଧରା,
ଏ ଭୂ-ମଣ୍ଡଳସବୁଜିମା ମୟ
ତୋହରି ପରଶେ ପରା ।

ଧରା ଯେ ଶୀତଳଶୀତଳ ସେ ବାୟୁ
ଶୂନ୍ୟ ଅମ୍ୱର ଶୀତଳ,
ସୂର୍ଯ୍ୟଦେବ ସତେଏବେ ନିଦ୍ରାରତ
ଘୋଡ଼ାଇ ମେଘ କମ୍ୱଳ ।

ନିଜ ବସା ମଧ୍ୟେବିଶ୍ରାମ ମୁଦ୍ରାରେ
ନିଦ୍ରିତ ସେ ବନପକ୍ଷୀ,
ଶୀତଳ ପରଶେଦଣ୍ଡାୟେ ନିଦ୍ରିତ
ମୁଦି ଦେଇ ସତେ ଆଖି ।

ଜ୍ୟୋତ୍ସ୍ନା ଠୁଁ ଶୀତଳସତେ ବସୁନ୍ଧରା
ବରଷାର ପରଶରେ,
ଯା’ ଦେଖି ଚନ୍ଦ୍ରମାଗଲେ ବରେ ନିଦ୍ରା
ସତେ ସନ୍ତୁଷ୍ଟ ମନରେ ।

ନଈ ବୁକେ ଖେଳେଶାନ୍ତ ସେ ଲହରୀ
ତଟରେ ସେ ଘାସ ବଣ,
ପବନର ସ୍ରୋତେଭାଙ୍ଗଇ ଲହରୀ
ଶୀତଳ ତା’ ମନପ୍ରାଣ ।

ବନ ତରୁ ଲତାଜୀବଙ୍କ ଜଗତ
ଅନ୍ତର ସତେ ଶୀତଳ,
ବରଷାରାଣୀ ତୋ’ପଦାର୍ପଣେ ପରା
ଧନ୍ୟ ଆଜି ଭୂ-ମଣ୍ଡଳ ।

ଲୋକପ୍ରିୟ ଲେଖା

To Top