ତୁମକଥା ସାଥି ମନେପନେ ଆଜି
ବସନ୍ତ ଆସିଛି ବୋଲି
ସ୍ମୃତିର ସେଇ ଫରୁଅଟି ନମାର
ଲାଗେ ଆଜି ଖାଲି ଖାଲି ।
ପ୍ରତିକ୍ଷିତ ସେଇ ମୂହୁର୍ତ୍ତ ଗୁଡିକ
ଲାଗେ ଆଜି ନୂଆ ନୂଆ
ବଡ଼ ଅମାନିଆ ହୃଦୟ ଏ ମୋର
ଖୋଜେ ତୁମ ପ୍ରୀତି ଛୁଆଁ ।
ମଳୟ ପରସେ ପୁଲକିତ ସନ୍ଧ୍ୟା
କାନେ ଚୁପି ଚୁପି କୁହେ
ପ୍ରଥମ ପ୍ରେମର ଶିହରଣ ସେ ଯେ
ତାକୁ କି ପାସୋରି ହୁଏ ।
ଅପେକ୍ଷାରେ ତୁମ ବୀନିଦ୍ରିତ ମୁହିଁ
ହୃଦୟ ଦରଜା ଖୋଲି
ତୁମକଥା ସାଥି ମନେପଡ଼େ ଆଜି
ବସନ୍ତ ଆସିଛି ବୋଲି ।