କବିତା

ବେଦନା

Nirupama Swain's Odia Poem BEDANAA

ମୁଁ ଅସୁମାରୀ ଆଶାର କଳିକା ଫୁଟାଇ
ମୋ ଅଗଣାର ଦୁଆର ସଜାଡ଼ି
ବସିଛି. . . ହେଲେ. . . ତୁମେ
ସ୍ଥିର ହୋଇ ରହିଯାଇଛ. . .
ତୁମ ପରିଧି ଭିତରେ ତୁମ ମୂକ ବାସ୍ତବତାକୁ ଧରି ।

ବେଦନା

ପ୍ରତିଥର ତୁମେ ପ୍ରତିଶ୍ରୁତି
ଦେଇଛ ମୋତେ
ମୋ ସପନର ପ୍ରତିଟି ରଙ୍ଗକୁ
ରଙ୍ଗାୟିତ କରିବ
ତା’ର ପ୍ରତିଟି ପାଖୁଡ଼ାରେ ମୋର
ହସକୁ ଲେଖିବ. . . ।

ମୁଁ ଅସୁମାରୀ ଆଶାର କଳିକା ଫୁଟାଇ
ମୋ ଅଗଣାର ଦୁଆର ସଜାଡ଼ି
ବସିଛି. . .  ହେଲେ. . . ତୁମେ
ସ୍ଥିର ହୋଇ ରହିଯାଇଛ. . .
ତୁମ ପରିଧି ଭିତରେ ତୁମ ମୂକ ବାସ୍ତବତାକୁ ଧରି ।

ହେଲେ. . . ଆଜି ଏ ଯେଉଁ
ଉଦ୍‌ବିଗ୍ନ ମୋର, ତୁମକୁ ନିଶ୍ଚୟ
ଅସ୍ଥିର କରିବ, ତୁମ ମନର ପରଦାକୁ
ଦୋହଲାଇ ଦେବ,
ତୁମେ ମୋ ଲୁହର ଢେଉରେ
ଆଚମ୍ୱିତ ହେବ, ତୁମ ତତଲା ଶରୀର
ଶୀତଳତାର ସ୍ପର୍ଶରେ ପ୍ରକମ୍ପିତ ହେବ
ଇଚ୍ଛାରେ ନ ହେଲେ ବି. . . ପ୍ରକୃତିର
ପ୍ରତିକ୍ରିୟାରେ ତୁମ ସେଇ ପ୍ରକମ୍ପିତ ହାତ
ଓହ୍ଲାଇ ଆସିବ ମୋର ଏଇ
ଅଶ୍ରୁ ବିଧୌତ ମଥା ଉପରକୁ. . . ।

ଲୋକପ୍ରିୟ ଲେଖା

To Top