କବିତା

ଭବିଷ୍ୟତ

ବିସ୍ତୃତ, ବିଶାଳ ଓ ବିରାଟ ଦେଶ
କିନ୍ତୁ ବିସ୍ତୃତିକୁ ଅଧିକ ଏହାର ଅଥଳ ଅବସ୍ଥା
ଆମେ କେତେ ଗଭୀରକୁ ଯାଇ ଗୋଟେ
ଶକ୍ତି ନେଇ ଆସିଛୁ ଆଉ ଡୁବି ଯାଉନାହୁଁ
ସେଠି କେଉଁଠି

ଭବିଷ୍ୟତ

ସବୁକିଛି ଲେଖାହୋଇସାରିଛି ଇତିହାସରେ
ଏକଥା ଆସି ମୋତେ କହୁନାହିଁ ପଣ୍ଡିତଗଣ
ଗୋଟେ କଥା ଏବେ ବି ବାକି ଅଛି
ଲେଖା ହେବକି ନାହିଁ ତାହା ମଧ୍ୟ ବାକି ଅଛି
ଏକଥା ତୁମେ ଜାଣିଛ କି ? ନିଜର ଘୋଷା ଶବ୍ଦରେ
ତୁମେ ଏହା ବି କହିପାରିବ
କାହିଁକି ନୁହେଁ
ବିଶ୍ୱବିଦ୍ୟାଳୟଗୁଡ଼ିକ ଏ ପାଇଁ ପ୍ରବନ୍ଧ କରି ରଖିଛନ୍ତି
ଏଠି ମୁଁ ଏକା ଗୋଟେ ଛୋଟ ଜିନିଷର
ଅର୍ଥ ଦେଖୁଛି ନିଜ ସମାଜରେ
ସେଠି ତୁମେ କହୁଛ କି ଏମିତି ତ ହୁଏ
ଇତିହାସର ଏ ବାଖ୍ୟା ଏକ ଭ୍ରଷ୍ଟ ବାଖ୍ୟା
ଏହା ଅତ୍ୟାଚାରକୁ ଚିରନ୍ତନ ରଖିବାର
ଏକ ପ୍ରକାର ଅନ୍ୟାୟୀ ଭାଷା ଯେଉଁ
ପ୍ରତିଷ୍ଠାନରେ ବିଦ୍ୟା ହୋଇ ରହିଛି
ଯାହା ଆମକୁ ମୁକ୍ତ କରେ ତାହା ହିଁ ବିଦ୍ୟା
ଅତ୍ୟାଚାର ତ ହେବ ଆଉ ହେଇଚାଲିବ
ଏହା କେବଳ ଏତିକି ସତ୍ୟ କି ହାରିଯାଇଛୁ
ହାରିଯାଇଛୁ ବାରମ୍ୱାର ଆମେ ହାରିଚାଲିଛୁ ମଧ୍ୟ
ଏ ସମୟରେ ଆଜି ପୁଣି ହାରିଲୁ
ଏବଂ ଏହା ସ୍ୱୀକାର କରିବାକୁ କି ହାରିଛୁ
ପ୍ରତିଥର ଆଉ ବଳ ପାଉନି
ଯେବେ ଦଳିତ ଲୋକେ ଅତ୍ୟାଚାରୀ ଶାସନର
ପ୍ରତିକୃତି କରନ୍ତି ଆଉ ନିଜକୁ ସାନ୍ତ୍ୱନା ଦିଅନ୍ତି
ଆମେ ସବୁଠୁ ବଡ଼ ବିଜୟ ହାସଲ କରିଛୁ
ସେବେ ଅତ୍ୟାଚାରର ବିଜୟ ହୁଏ ।

ଏବଂ ଦଳିତଙ୍କୁ ମିଳେ ଶୁଭକାମନା
ଅତ୍ୟାଚାରୀ ଶାସନର ପ୍ରଜାଙ୍କର
ବିସ୍ତୃତ, ବିଶାଳ ଓ ବିରାଟ ଦେଶ
କିନ୍ତୁ ବିସ୍ତୃତିକୁ ଅଧିକ ଏହାର ଅଥଳ ଅବସ୍ଥା
ଆମେ କେତେ ଗଭୀରକୁ ଯାଇ ଗୋଟେ
ଶକ୍ତି ନେଇ ଆସିଛୁ ଆଉ ଡୁବି ଯାଉନାହୁଁ
ସେଠି କେଉଁଠି
ହୁସିଆର ବହୁତ କିଛି ଗତିଶୀଳ ହୋଇଯାଇଛି
ତିରିଶ ବର୍ଷ ହେଲାଣି ଯିଏ ଅଧ୍ୟକ୍ଷ ରହି ଆସିଥିଲେ
ଦୋ ମୁହାଁ କଥାର ବଳରେ ଯିଏ ଏକା ସାଥିରେ ଥିଲେ
ନିର୍ଭୀକ ଏବଂ ପାଖଣ୍ଡୀ
ଆଜି ଏ ଦୁହିଁଙ୍କୁ ଛାଡ଼ି ଆଉ କିଛି ବାକି ନାହିଁ
ଆଜି ସେ ଅଧ୍ୟକ୍ଷ ହୋଇଛନ୍ତି ବର୍ବରତାର ବଳରେ
ହା-ହା-ହା ଏଥିରେ ବି ହସିଚାଲ
କିନ୍ତୁ ମୁଁ ତ ହସ ଉପରେ ହିନ୍ଦୀରେ ଲେଖି ସାରିଛି
ତହିଁରେ ସମୟ ସମୟରେ ଯେଉଁ ସହଭାଗୀତା ହୁଏ
କେବେ କେବେ ପର୍ଦ୍ଦାପ୍ରଥାର ତ
ପ୍ରାୟତଃ ସମୃଦ୍ଧର ଏକଥା ମଧ୍ୟ କହିସାରିଛି
କିନ୍ତୁ ଆଜି ଦେଖ ଯିଏ ଭେଟ ହେଲେ ହସନ୍ତି
ତାଙ୍କ ଭିତରେ ବି ଥାଏ ଅସହାୟତା, ହଁ ତାହା ଦିଶେ ନାହିଁ
ସେ ଚାହାନ୍ତିନି କି ଅବିଶ୍ୱାସ ଧରାପଡୁ
ଆଶା ଅଛି ସେମାନଙ୍କ ବିରୋଧୀ ମିଳିଯିବେ
କିନ୍ତୁ ଏମାନେ ସନ୍ଦିଗ୍ଧ ଏଥିରୁ ଅଲଗା
ଏବେ ସେମିତି ରହିବାକୁ ଦିଅ ଟିକେ ଦେଖାଇ ଦିଅ ।

ଆଜିକାଲି ଏମିତି ହିଁ ଭେଟନ୍ତି ଲୋକେ ମୋ ସହ
ସତେ ଯେମିତି ସଭିଏଁ ମିଶି ସ୍ଥିର କରିବେ ରାଷ୍ଟ୍ରୀୟ ପ୍ରଶ୍ନ
ସେ ସଭିଁଙ୍କର କୋଉଠି ନା କୋଉଠି ସ୍ଥାନ ଅଛି
କିନ୍ତୁ ଏବେ ଅତ୍ୟାଚାରୀର ମନରେ ଡର ସୃଷ୍ଟି ହୋଇଛି
ଆଉ ତା’ର ଅନୁଚରଙ୍କ ଭିତରେ ଅବିଶ୍ୱାସ
କେବେ ଭାବେ ତା’ ସାଥିରେ ଟିକେ ହସିକି କଥା କହିବ
ଯାହାର ସେ ହତ୍ୟା କରିଛି
କେବେ ଚାହେଁ ଯେ ପର୍ଯ୍ୟନ୍ତ ଅଛି ଆଉ
ଆଉ ତା’ର ପିଲାଙ୍କୁ ମଧ୍ୟ ହତ୍ୟା କରିଯାଉ ।

ଲୋକପ୍ରିୟ ଲେଖା

To Top