କବିତା

ଭଜନ

ତୁମେ କୃପାସିନ୍ଧୁ ତୁମେ ଦୀନବନ୍ଧୁ
ତୁମେ ଭକତ ବତ୍ସଳ ଅମୃତବିନ୍ଦୁ
ତୁମେ. . .

ଭଜନ

ତୁମେ କୃପାସିନ୍ଧୁ ତୁମେ ଦୀନବନ୍ଧୁ
ତୁମେ ଭକତ ବତ୍ସଳ ଅମୃତବିନ୍ଦୁ
ତୁମେ. . . (୦)

ତୁମେ ଭାବଗ୍ରାହୀ, ଭକ୍ତମନ ମୋହି
କରୁଥାଅ ଲୀଳା, ତୁମ ଇଚ୍ଛା ଯହିଁ
ତୁମେ ରୂପହୀନ, ତୁମେ ବାସହୀନ
ତୁମେ ଅଗୁର, କସ୍ତୂରୀ, ଚନ୍ଦନ
ତୁମେ ଶୋଭା ପାଅ ତୁଳସୀ ଜଳରେ
ତୁମେ ବିନ୍ଦୁରେ ବି ଅମୃତର ସିନ୍ଧୁ ।। ୧ ।।

ସବୁ ଦେଖୁଥାଅ, ସବୁ ଜାଣଥାଅ
ଚକାଚକା ଆଖି, ଖୋଲି ଦେଖୁଥାଅ
ରଙ୍ଗ ଅଧରରେ, ସଦା ହସୁଥାଅ
ଭକ୍ତ ମନ ଜାଣି, ଫଳ ଦେଉଥାଅ
କିଏ ଦିଏ ଗାଳି ଭାବେ ଯାଏ ଗଡ଼ି
ତୁମେ ଦୁଃଖି ଜନଙ୍କର ପ୍ରିୟ ବନ୍ଧୁ ।। ୨ ।।

ଅନନ୍ତ ଆଖିରେ ପୁରିଛି ବ୍ରହ୍ମାଣ୍ଡ
ଅବ୍ୟକ୍ତ ଆବେଗ ଖୋଲେ ନାହିଁ ତୁଣ୍ଡ
ତୁମେ ମଧୁମୟ ବାରେ ଦୟାବହ
ବଡ଼ ଦାଣ୍ଡେ ଥାଇ ଝରେ ଆଖିଲୁହ,
ଆହେ ଅନ୍ତର୍ଯ୍ୟମୀ ମୋ ଜୀବନ ସ୍ୱାମୀ
ଦିନ ସରେ ନାହିଁ ଆଜି କାନ୍ଦୁ କାନ୍ଦୁ ।। ୩ ।।

ଲୋକପ୍ରିୟ ଲେଖା

To Top