କବିତା

ଭଙ୍ଗା ଆଇନା

Niranjan Jena's odia poem Bhangaa Aainaa

ମୁଁ ଭାବେ, ମୁଁ ତ ଭାଙ୍ଗିନି
ତେବେ ଭାଙ୍ଗିଲା କିଏ ?
ହୁଏତ କାଳ ପୁରୁଷ ଆସିଥିଲା ରାତିରେ
ତା’ ପ୍ରତିବିମ୍ୱ ଧରି ରଖିବାକୁ
ଅସମର୍ଥ ହୋଇଥିବ ସେ ।

ଭଙ୍ଗା ଆଇନା

ଆଇନା ଚଡ଼କି ଯାଏ
ପଚାରିଲେ ସମସ୍ତେ କହନ୍ତି
ଆମେ ଜାଣୁନା !
ଦୁଷ୍ଟ ପୁଅ ମାଡ଼ଖାଏ
ବଡ଼ ଝୁଅ ନ ଜାଣିଲା ପରି
ବାଟ ଭାଙ୍ଗି ଚାଲିଯାଏ
ଘରଣୀ କହେ, “ଆଇନାରେ ମୋର
କି ପ୍ରୟୋଜନ ଏ ବୟସରେ ?”

ମୁଁ ଭାବେ, ମୁଁ ତ ଭାଙ୍ଗିନି
ତେବେ ଭାଙ୍ଗିଲା କିଏ ?
ହୁଏତ କାଳ ପୁରୁଷ ଆସିଥିଲା ରାତିରେ
ତା’ ପ୍ରତିବିମ୍ୱ ଧରି ରଖିବାକୁ
ଅସମର୍ଥ ହୋଇଥିବ ସେ ।

ଝୁଅ ଆର ଘରୁ ମୁହଁ ଫଣ ଫଣ କରି
କ’ଣ ଗୋଟା କହୁଥିଲା ତା’ ମାଆକୁ
କାହିଁ ସେଦିନ ତ ଏତେ ସୋର ଶବ୍ଦ
ନଥିଲା ଏ ଘରେ,
ହୃଦୟଟା ଚଡ଼ଚଡ଼ କରି ଫାଟିଗଲା
ବାପା ଭାଙ୍ଗି ଦେଲେ ମନର ଆଇନା
କେହି ତ ପଦୁଟିଏ କହିନି ମୁହଁ ଖୋଲି
ପଦାର୍ଥଟି ଭାଙ୍ଗିଗଲେ ଏତେ ଦୁଃଖ ହୁଏ
ସେକଥା ଯଦି ବୁଝିଥାନ୍ତେ ବାପା
ମନ ମୋର ଝୁଲୁଥାନ୍ତା ଆଉ ଜଣକର
ଚିତ୍ର ବଖରାରେ ।।

ଲୋକପ୍ରିୟ ଲେଖା

To Top