କବିତା

ଭିକ୍ଷା

Dr Sourya Acharya's odia poem Bhikhyaa

ସଂସାର ଆଘାତ କ୍ଷତ ବିକ୍ଷତ ,
ଦେହ ସାରା ମୋର ପାପର ଘା’
ଭଣ ଭଣ ମାଛି ରକ୍ତ ପିଉଛନ୍ତି
ଲେସି ଦେ ଲୋ ମା ପୂର୍ଣ୍ଣ ଚନ୍ଦନ
ଜୀବନ ଜଞ୍ଜାଳ ତୋତେ ଅର୍ପଣ ।

ଭିକ୍ଷା

ଭିକ ଦିଅ ମା !
ଭୋକରେ ଆଉଟି ଘାଣ୍ଟି ହେଉଛି,
ଅଭିଶପ୍ତ ଆତ୍ମା ଛାଟି ହେଉଛି
କଦର୍ଯ୍ୟ, କଳଙ୍କ ବନ୍ଧନ ପାଇଁ ମୁଁ …
ଦେ ମା ! ପ୍ରସାଦ ଟିକେ … ମୁକ୍ତି ମାର୍ଗର ।

ଲାଳସାର ହୋମ … ଛଳନା ର ଯଜ୍ଞ,
କାଳ କାଳ ଧରି ପୋଡ଼ି ହେଉଛି ,
ମା, ଦେ ଆଞ୍ଜୁଳାଏ ନିରୀହତା ,
ନିଆଁ ଲଗା ତଣ୍ଟିରେ ଶୋଷ ମରୁନାହିଁ ।

ସଂସାର ଆଘାତ କ୍ଷତ ବିକ୍ଷତ ,
ଦେହ ସାରା ମୋର ପାପର ଘା’
ଭଣ ଭଣ ମାଛି ରକ୍ତ ପିଉଛନ୍ତି
ଲେସି ଦେ ଲୋ ମା ପୂର୍ଣ୍ଣ ଚନ୍ଦନ
ଜୀବନ ଜଞ୍ଜାଳ ତୋତେ ଅର୍ପଣ ।

ଆତ୍ମାର ମନ୍ଦିର ଭିକ୍ଷା ସ୍ଥଳୀ ମୋର
ଶତ ରାକ୍ଷସଙ୍କ ଭିଡ଼
କେହି ଶୁଣୁ ନାହିଁ ଭିକ୍ଷା ଅଳି ମୋର
ଭିକ୍ଷା ଥାଳି ପୁରା ଖାଲି ଲୋ !

ଶୁଷ୍କ କୋରଡ଼ରେ ଅନ୍ଧ ପକ୍ଷୀ ମୋର ଡରି ଡରି ଦିନ ଗଣୁଛି,
ପ୍ରହର ପ୍ରହର ଅସ୍ତ ବ୍ୟସ୍ତ ହୋଇ,
ଯମ ଡାକରା କୁ ଲୁଟୁଛି
ଦିଅ ମା ତ୍ରାହି ଟିକେ
ଜୀବ ମୋର ବଳି ଯାଉଛି ।

ଲୋକପ୍ରିୟ ଲେଖା

To Top