କବିତା

ଭିଟାମାଟି

Monalisha Dash's odia poem Bhitamaati

ତା’ର ଯେବେ ମନେପଡ଼େ ଅତୀତର
ମିଠା ଖଟା ମୁହୂର୍ତ୍ତ ସବୁ
ମନରେ ଶିହରଣ ଆସେ
ବେଦନାର ସୂତାଖିଅଟେ ଆସ୍ତେ ଆସ୍ତେ
ଜଞ୍ଜୀର ହୋଇ ତାକୁ ବନ୍ଦୀ କରିଦିଏ
ଭୁଲି ପାରେନି ସେ, ଭୁଲାଇ ପାରେନି ସେ

ଭିଟାମାଟି

ଖୁସି କ’ଣ କିଣିହୁଏ
ଲକ୍ଷେ କି କୋଟିଏ ଦେଇ
ନା ଦୁଃଖକୁ ଭୁଲେଇ ହୁଏ
ହସର ଫଗୁରେ ରଙ୍ଗେଇ
ଦିନ କେତେ ଗଲେ ରଙ୍ଗ ଛାଡ଼ିଗଲେ
ଗୁମୁରି ହୁଏ ଅନ୍ତରରେ ପୁଣି ସେଇ ଦୁଃଖ
ପୁଣି ସେଇ କୋହ

ତା’ର ଯେବେ ମନେପଡ଼େ ଅତୀତର
ମିଠା ଖଟା ମୁହୂର୍ତ୍ତ ସବୁ
ମନରେ ଶିହରଣ ଆସେ
ବେଦନାର ସୂତାଖିଅଟେ ଆସ୍ତେ ଆସ୍ତେ
ଜଞ୍ଜୀର ହୋଇ ତାକୁ ବନ୍ଦୀ କରିଦିଏ
ଭୁଲି ପାରେନି ସେ, ଭୁଲାଇ ପାରେନି ସେ

ଭୋକର ତାଡ଼ନାରେ ପରିସ୍ଥିତିର ଯାତନାରେ
ଭିଟାମାଟି ଛାଡ଼ି ସେ ଆସିଛି ଯେ ଆସିଛି
ବିଦେଶରେ ଥାଇବି ଢେର ଲଢ଼ିଛି ସେ
ନିଜ ମାଟିର ଗୌରବ ପାଇଁ
ହେଲେ ବି ସବୁବେଳେ ତାକୁ କାହିଁକି ଲାଗେ ଯେ
ଭିଟାମାଟିରୁ ଦୂରେଇ
ସେ କେବଳ ସ୍ମୃତିରେ ବଞ୍ଚି ରହିଛି
ଆଞ୍ଜୁଳାଏ ଶୂନ୍ୟତା ନେଇ ।

ଲୋକପ୍ରିୟ ଲେଖା

To Top