କବିତା

ଭୋକ

Jachindra Kumar Rout's odia poem Bhoka

ଆଖିରୁ ପ୍ରଲମ୍ୱିତ
ଅସୁମାରୀ ତାରା ବ୍ୟାପି
ସ୍ୱପ୍ନର ଆକାଶରୁ ପାହାଡ଼ର
ଏ ଜଙ୍ଗଲ ବେଶ
ଗ୍ରହରୁ ନକ୍ଷତ୍ର ସଞ୍ଚରିଯାଇଚି
ଇନ୍ଦ୍ରଜାଲ, ଏ ଭୋକ ।

ଭୋକ

କେଉଁଠୁ ଆସିଛି କେଜାଣି
ଜ୍ଜ୍ୱଳନ୍ତ ଅଗ୍ନିପିଣ୍ଡରେ ଦଗ୍ଧିଭୂତ
ପାଉଁଶରୁ ବାରମ୍ୱାର ଜୀବନ୍ୟାସ ।

ଆଖିରୁ ପ୍ରଲମ୍ୱିତ
ଅସୁମାରୀ ତାରା ବ୍ୟାପି
ସ୍ୱପ୍ନର ଆକାଶରୁ ପାହାଡ଼ର
ଏ ଜଙ୍ଗଲ ବେଶ
ଗ୍ରହରୁ ନକ୍ଷତ୍ର ସଞ୍ଚରିଯାଇଚି
ଇନ୍ଦ୍ରଜାଲ, ଏ ଭୋକ ।

ଛାତି, ପେଟ, ମୁଣ୍ଡ
ସାରା ଅବୟବକୁ ଗ୍ରାସ କରିଛି
ଏହି ଅଦୃଶ୍ୟ ଶୋଷ
ଅଣଚାଶ ପବନର ବାହାପରି
ଲମ୍ୱାଇଚି ଲମ୍ୱାହାତ
ଜରାୟୁରୁ ଜୁଇଯାଏ
ସ୍ୱପ୍ନରୁ ବାସ୍ତବ ଯାଏ
ଅଶେଷ ଏ ଭୋକର ସମାବେଶ ।

ନିଶ୍ୱାସର ତତଲା ଭୋକରେ
ଶୋଷିନିଏ ସବୁ କମ୍ପନ
ସ୍ୱପ୍ନସବୁ ଏକାକାର ହୁଏ
ବିନ୍ଦୁଏ ଆଲିଙ୍ଗନରେ ଶୁଖିଯାଏ
ମୁହୂର୍ତ୍ତାଏ କାମନା
ଥମିଯାଏ ଭୋକଶୋଷର ଆତ୍ମାହୂତି
ଆମେରିକାର ପଦେ ଆଶ୍ୱାସନାରେ ।

ସନ୍ତ୍ରାସବାଦ ହେଉକି ମାଓବାଦୀ
କି କଉ ଛଦ୍ମବେଶର ଶିରୋନାମାରେ
ଲୁଚକାଳି ଖେଳୁଥାଏ ଆଖିନିଆଁ
ଓଠ ଚାଟୁଥାଏ ଜିହ୍ୱା
ମଣିଷ ରକ୍ତପାଇଁ ।

ବୋମାର ପେଟ ଫାଟିଯାଏ ପ୍ରସ୍ତରିଯାଏ
ସାଇତିବାକୁ ସବୁ ଭଗ୍ନାବଶେଷ
ସବୁ ଆକାଶି ମନମାନେ
ହଠାତ୍ ମାଟିମୁହାଁ ହେଇ ଯାଆନ୍ତି ତ
ଉଡ଼ନ୍ତା ସ୍ୱପ୍ନମାନେ ଥମକିନା
ହୋଇଯାଆନ୍ତି ମାଟି ମୁହାଁ
ଶ୍ମଶାନ ବୈରାଗ୍ୟରେ
ଶୁଖିଯାଏ ମୁନ୍ଦେ ଶୋଷ, ଗୁଣ୍ଡାଏ ଭୋକ ।

ଭୋକ ବୁଲୁଥାଏ ସ୍ୱପ୍ନର ମାହୋଲରେ ତ
ଭିଜୁଥାଏ ଆଖି ଆକାଶରେ
ଦାଣ୍ଡିଆ ମାରୁଥାଏ ଶିରା ପ୍ରଶିରାରେ
ରକ୍ତର କଣିକା ଅଣୁକଣିକାରେ
ହଁ ! ଭୋକ ଆଉ କିଏ କି ?
ମନର ଅନ୍ୟନାମ ଭୋକ
ଦେହର ଡାକ ନାଁ ଶୋଷ ।

ଲୋକପ୍ରିୟ ଲେଖା

To Top