କବିତା

ବିଡମ୍ବନା

Ramakanta Mishra's odia poem Bidambanaa

କିନ୍ତୁ ଏ ଶେଷ ଜୀବନରେ
ପହଞ୍ଚି ଏବେ ଏତେ ଟଙ୍କା ଦେଖୁଚି,
ଟଙ୍କାର ଗାଦୀ ଉପରେ ବସୁଚି,
କିନ୍ତୁ ଲାଭ କଣ ?

ବିଡମ୍ବନା

ଡରି ଡରି ଜୀବନ ସରିଗଲା,
ମଧ୍ୟମ ବର୍ଗର ଚିନ୍ତାଧାରା,
ମନରୁ ଏବଂ ଭାବନାରୁ ଗଲା ନାହିଁ ।

ଗୋଟେ ଗୋଟେ ପଇସାକୁ,
ଦାନ୍ତରେ ଧରି ଏବେ ଏ,
ଶେଷ ଜୀବନରେ କ’ଣ ପାଇଲି?

ମନ ଖୋଲି ଟିକିଏ କେବେ,
ଖର୍ଚ୍ଚ କରି ପାରିଲି ନାହିଁ,
ନିଜକୁ ନା ନିଜ ପରିବାରର,
କାହାକୁ ଟିକିଏ ଖୁଶି ଦେଇ ପାରିଲି ନାହିଁ ।

କେବଳ ପଇସା ସଞ୍ଚିବାର,
ମନୋବୃତ୍ତି ଧରି,
ସାରା ଜୀବନ କଟାଇ ଦେଲି ।

କିନ୍ତୁ ଏ ଶେଷ ଜୀବନରେ
ପହଞ୍ଚି ଏବେ ଏତେ ଟଙ୍କା ଦେଖୁଚି,
ଟଙ୍କାର ଗାଦୀ ଉପରେ ବସୁଚି,
କିନ୍ତୁ ଲାଭ କଣ ?

ଖର୍ଚ୍ଚ କରିବାର ଆଗ୍ରହ ନାହିଁ,
ଯେଉଁ ପଇସା କୁ ଦିନେ
ଦାନ୍ତରେ ଧରୁଥିଲି ତାହା ଏବେ
ନିହାତି ମୁର୍ଖାମୀ ମନେ ହେଉଛି ।

ଟଙ୍କା ଆଗୁରୁ ବି ଥିଲା
ଆଉ ଏବେବି ଅଛି ।
ଆଗେ କିନ୍ତୁ ଖର୍ଚ୍ଚକୁ,
ଜାଣି ଜାଣି କାଟି ଦେଉଥିଲି ।

ଆଉ ଆଜି ଟଙ୍କା ନିଜେ ଥାଇ,
ମୋର ଖୁଶି ସବୁକୁ କାଟି ଦେଉଛି,
ଏହାହିଁ ଜୀବନର ବିଡମ୍ବନା ।

ଲୋକପ୍ରିୟ ଲେଖା

To Top