କବିତା

ବିଦୂଷକର ବିଳାପ

Ramakant Mishra's odia poem Bidushakara Bilap

କୋଣାରକ ତେଣେ ଭାଙ୍ଗି ପଡେ
ଧରମା ଯାଇଁ ପଥର ଯୋଡ଼େ
ଭବିଷ୍ୟତ ଆଶା ମନୁଁ ତଡେ
ବାରଶ ବଢ଼େଇ ରାୟ ଲୋଡ଼େ
ରାତିଅଧରେ ଚନ୍ଦ୍ରଭାଗାରେ ବୁଡି ମରେ ।

ବିଦୂଷକର ବିଳାପ

କବିତା ଲେଖେ ଆଧୁନିକ
ଦୁନିଆକୁ କରେ ବିଦ୍ରୁପ
ନ ଚିହ୍ନି ପାରନ୍ତି ନିନ୍ଦୁକ
କହେ ମୁଁ ଜଣେ ବିଦୂଷକ ।

କୋଣାରକ ତେଣେ ଭାଙ୍ଗି ପଡେ
ଧରମା ଯାଇଁ ପଥର ଯୋଡ଼େ
ଭବିଷ୍ୟତ ଆଶା ମନୁଁ ତଡେ
ବାରଶ ବଢ଼େଇ ରାୟ ଲୋଡ଼େ
ରାତିଅଧରେ ଚନ୍ଦ୍ରଭାଗାରେ ବୁଡି ମରେ ।

କୋଣାରକ ତେବେ ଗଢ଼ିବ କିଏ ?
ଜାତିର ଗରବ ବାଢିବ କିଏ ?
ବାରଶ ବଢ଼େଇ କରେ ହାଏ-ହାଏ !
ପଛରୁ ପଛେ ଗୋଡ଼ ଟାଣୁଥାଏ !!
ଧରମା ମଲେ କାହାର କ’ଣ ଯାଏ !!!
ଏ ଜାତି ଖାଲି ପଛେ ଗୁଣ ଗାଏ !!!!

“ଦେଖା ଶିଖା ଓଡିଶା
ବୁଦ୍ଧି ଶିଖା ପଡିଶା”
ପ୍ରବାଦ ରଖିଛି ଆମରି ଓଡ଼ିଆ ଭାଷା
କହେ ବିଦୂଷକ –
ଦେଖି ମଧ୍ୟ ଶିଖେ ନାହିଁ ଓଡିଶା
ଜଳି ମରେ ଖାଲି –
ଉନ୍ନତି ଦେଖି ନିଜ ପଡିଶା
ଉନ୍ନତିର ନାହିଁ ଆଉ ତିଳେ ହେଲେ ଆଶା
ପଛେଇଲେ ଜାତି ପଡି ରହିଲା ତା ଭାଷା !!

“ନୋଟରେ ସବୁ ଅକ୍ଷର
ଓଡ଼ିଆର ନାହିଁ ଗାର”
କହିଗଲେ ଜ୍ଞାନୀ ପ୍ରବର
ମଣି ସେ ଆମ ଉତ୍କଳର !
ଏବେବି କାହିଁ ଓଡ଼ିଆର ପ୍ରଚାର ?
ଓଡ଼ିଆଏ କହନ୍ତି ଆମେ ନାଚାର !
ମନ୍ତ୍ରୀମାନେ ବୈଠକ ଡାକି
କେବଳ କରନ୍ତି ବିଚାର
‘ସିଂହଭୂମି’ ରେ ଘୁରି ବୁଲନ୍ତି ଶୃଗାଳ !

ଏ ଜାତି ତେବେ ବଞ୍ଚିବ କାହିଁ ?
ମୂଳଧନକୁ ଚିହ୍ନିଲା ନାହିଁ
ଜାହାତ ଥିଲା ଦେଇଛି ଖାଇ
ଏବେ ଖାଲି କରେ ହାଇ-ହାଇ !
ଭବିଷ୍ୟତ କ’ଣ ବିଦୂଷକ ଭାଳଇ ?

ଲୋକପ୍ରିୟ ଲେଖା

To Top