କବିତା

ବିନିଦ୍ର ରଜନୀ- (ତାୱାଙ୍ଗ ପର୍ବତର ଆତ୍ମା)

Ashok Biswal's odia poem Mana Aakaashara Jahna

ଶୋଇ ପାରେ ନା ରାତିରେ
ଛାତିରେ ତ ମୋର
ପରଶ ତୁମ ଲାଗିକି ରହିଛି
ଶିହରଣ ଖେଳିଯାଏ ତ ଦେହରେ
ତୁମ ପରଶ କୁତୁ କୁତୁ କରେ ।

ବିନିଦ୍ର ରଜନୀ

ରାତି ଯେତେ ଅନ୍ଧାର ବି ହେଲେ
ଶୋଇ ମୁଁ ପାରୁନି
ନିଃଶବ୍ଦ ହେଲେ ଯେତେ ରାତି
ଶୋଇ ମୁଁ ପାରୁନି
ଭେଟିଲି ତମକୁ ମୁଁ ଯେବେ
ଦେହରେ ଅଳସ ଲାଗିକି ରହିଛି
ଭାଙ୍ଗିପଡେ ତୁମେ ନ ଆସିଲେ ।

ଶୋଇ ପାରେ ନା ରାତିରେ
ଛାତିରେ ତ ମୋର
ପରଶ ତୁମ ଲାଗିକି ରହିଛି
ଶିହରଣ ଖେଳିଯାଏ ତ ଦେହରେ
ତୁମ ପରଶ କୁତୁ କୁତୁ କରେ ।

ଛଟ ପଟ ହେଉଅଛି ସେହି ଦିନଠାରୁ
ହୃଦୟ ତୁମର ଯେବେଠୁ ମିଶିଲା
ମୋର ହୃଦୟରେ
ଆସି ନାହଁ ତୁମେ ତ ଏଯାଏଁ
ଶୋଇ ପାରୁନି ରାତିରେ ।

ନିଦତ ଅସେନା
ଆଖରୁ ନିଦ ହଜି ତ ଯାଇଛି
ତୁମ ବିନା ପାରୁ ନାହିଁ ରହି
ଅପେକ୍ଷା କରେ କେବେ ରାତି ତ ପାହିବ
ଆସିବ ତୁମେ ମୋହର ପାଖକୁ ।

ଆଲିଙ୍ଗନ ତୁମ ନରମ ବାହୁର
ମଧୁରତା ତୁମ ନରମ ଓଠର
ତୁମର ଉଷୁମ ଚୁମ୍ବନ
କରୁଅଛି ମୋତେ ବାତୁଳ
କେମିତି କାଟିବି ମୁଁ ରାତି
ତୁମ ବିନା କୁହ ।

ଆସିଲେ ତୁମେ
ମନରେ ମୋ ଖେଳିିଯାଏ ଖୁସିର ଲହରୀ
ମଧୁର ପରଶ ତୁମ
ଥାଏ ମୋର ଶରୀରରେ
ତନ୍ଦ୍ରା ଆସେ ତ ଆଖିକୁ
ସ୍ୱର୍ଗ ରାଜ୍ୟରେ ମୁଁ ବୁଲୁଥାଏ ।

(ଷଷ୍ଠ ଦଲାଇଲାମାଙ୍କ ତରୂଣ ଜୀବନର ଭାବନା ଏ କବିତାମାନଙ୍କରେ କିଛି ମାତ୍ରାରେ ପ୍ରତିଫଳନ କରାଯାଇଛି । ସେ ଅରୂଣାଚଳ ପ୍ରଦେଶର ତାୱାଙ୍ଗ ଅଂଚଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପରେ ତାଙ୍କୁ ଷଷ୍ଠ ଦଲାଇଲାମା ଭାବରେ ଅଭିଷିକ୍ତ କରାଯାଇଥିଲା । ତରୁଣ ବୟସରେ ସେ ସଂସାରରୁ ବିଦାୟ ନେଇଥିଲେ । )

ଲୋକପ୍ରିୟ ଲେଖା

To Top