କଳା ମେଘ ଯେବେ ଘୋଟିଯାଏ ଏଇ
ନୀଳ ଆକାଶର କୋଳେ,
ବିରହୀ ମନ ମୋ ଛଟପଟ ହୁଏ
ଅଭୁଲା ସ୍ମୃତିର ଯନ୍ତ୍ରଣାରେ ।
ଝରିପଡେ ଯେବେ ନୀଳ ଆକାଶରୁ
ମେଘମାଳା ବିନ୍ଦୁ ବିନ୍ଦୁ,
ମୋ ଚକ୍ଷୁର ଏହି ଅଶ୍ରୁ ପ୍ଲାବନ
ଗଢିଦିଏ ସାତ ସିନ୍ଧୁ ।
ବର୍ଷାର ସ୍ନିଗ୍ଧ କୋମଳ ସ୍ପର୍ଶରେ
ମାଟି ଯେବେ ଯାଏ ହଜି,
ସ୍ମୃତି ଜର୍ଜର ଅଭୁଲା ଅତୀତ
ମୋ ଅଶ୍ରୁରେ ଯାଏ ଭିଜି ।
ମିଳନର ଖୁସି ପ୍ରକାଶିତ କରେ
ଯେବେ ମାଟି କୋଳେ ବର୍ଷା ରାଣୀ,
ବଢିଯାଏ ମୋର ଅନ୍ତର ବେଦନା
ଲାଗେ, ମୁଁ ଯେ ଏକ ବିରହିଣୀ
ମୁଁ ଯେ ଏକ ବିରହିଣୀ ।।