କବିତା

ବିଷ ଅମୃତ

Sourya Acharya's odia poem Bisha Amruta

ହେ ଦେବଗଣ !
ଗଲା ସେ ଅମୃତ ତୁମ କଣ୍ଠରେ
ବିଷ ପାନ କଲେ ନୀଳକଣ୍ଠ
ଅସୁରେ ଗଲେ ଶିଶୁପାଳ ହୋଇ. . .
ଆଉ ଆମେ ! ! . . . ମାନବ ! !
ଶିଖିଗଲୁ ଖେଳ. . . ବିଷ ଅମୃତ !

ବିଷ ଅମୃତ

ସମୁଦ୍ର ମନ୍ଥନ ହେଲା,
ହେ ଦେବଗଣ ! ହେ ଅସୁରଗଣ !
ଆପଣେ ଖେଳିଲେ ବିଷ ଅମୃତ ।
ମୋହିନୀ ନିଷାରେ ମାତାଲ ହେଲେ
ଆମ କଥା ଟିକେ ବିଚାରିଲେ ।।

ହେ ଦେବଗଣ !
ଗଲା ସେ ଅମୃତ ତୁମ କଣ୍ଠରେ
ବିଷ ପାନ କଲେ ନୀଳକଣ୍ଠ
ଅସୁରେ ଗଲେ ଶିଶୁପାଳ ହୋଇ. . .
ଆଉ ଆମେ ! ! . . . ମାନବ ! !
ଶିଖିଗଲୁ ଖେଳ. . . ବିଷ ଅମୃତ !

ସମୁଦ୍ର ମନ୍ଥନ ଚାଲିଛି ଆମରି
ସରୁନାହିଁ ଖେଳ. . . କାଳ ଗଡୁଛି ।
ନୀଳକଣ୍ଠ ନାହିଁ ଆମରି ପାଖରେ ।
ଆମ ବିଷ ଆମ ଆତ୍ମା ପିଉଛି ।

ଯେତେ ବିଷ ବାହାରୁଛି ଆଜି,
ମନର ରାକ୍ଷସ ପିଇ ଚାଲିଛି. . .
ସାଜିଅଛୁ ଆମେ. . . ମାନବ ରାକ୍ଷସ
ଆତ୍ମା ଆମର ବିଷ ବାଣ୍ଟୁଛି ।

ତେଜିୟାନ୍. . . ବଳୀୟାନ୍
ଆଜି ଏ ମାନବ. . .
ଛାରଖାର କରୁ ସାରା ଜଗତ,
ଖେଳି ଚାଲିଥିବୁ କାଳ କାଳ ଧରି,
ଧନ୍ୟ ତୁମ ଖେଳ. . .
ବିଷ ଅମୃତ !

ଲୋକପ୍ରିୟ ଲେଖା

To Top