କବିତା

ବସ୍ ଭିତରେ କବିତା

ଭି.ଆଇ.ପି. ଆଉ ଏମ୍.ଏଲ୍.ଏ., ଏମ୍.ପି.
ଲେଖା ହୋଇଅଛି ବସିବା ସ୍ଥାନେ
ରାଜପଥ ପରେ ଯାତାୟତ ଯାର
ବିଳାସ ବ୍ୟସନ କ୍ଷିପ୍ର ଯାନେ ।

ବସ୍ ଭିତରେ କବିତା

ବସ୍ ଭିତରେ ବସିଲୁ କାତରେ
ବସ୍‌ଟା ଭିଡ଼ ଭାରି
ଚଳନ୍ତା ଏ ଗାଡ଼ି ଭିତରଟା ସତେ
ଅବିକଳ ଏହି ସମାଜ ପରି ।

ଅବକ୍ଷୟୀଷ୍ଣୁ ଦୁନିଆର ଇଏ
ଅବୟବର ଛିନ୍ନ ଦେହୀ
ବିକଳାଙ୍ଗ ଏ ସମାଜର ରୂପ
ଯନ୍ତ୍ର ଚାଳିତ ମଣିଷ ବାହୀ ।

ଭି.ଆଇ.ପି. ଆଉ ଏମ୍.ଏଲ୍.ଏ., ଏମ୍.ପି.
ଲେଖା ହୋଇଅଛି ବସିବା ସ୍ଥାନେ
ରାଜପଥ ପରେ ଯାତାୟତ ଯାର
ବିଳାସ ବ୍ୟସନ କ୍ଷିପ୍ର ଯାନେ ।

ସାଧାରଣ ମଳି ମୁଣ୍ଡିଆଙ୍କ ସହ
ମିଶନ୍ତି ନାହିଁ ସେ ବସନ୍ତି ନାହିଁ
ଜନଜୀବନର ବହୁଦୂରେ ସିଏ
ଦୁଃଖେ କାନ୍ଦି ସୁଖେ ହସନ୍ତି ନାହିଁ ।

ବସ୍‌ରେ ଧୂମପାନ ନିଷେଧ
ଲେଖା ହୋଇଥିଲା ଓଡ଼ିଆ ଶୁଦ୍ଧ
ହେଲେ ଦେଖି ତାକୁ ହସ ଲାଗୁଥିଲା
କେଡ଼େ ନିର୍ବୋଧ ।

ସବୁ ଧାଡ଼ି ଉର୍ଦ୍ଧ୍ୱେ ଉଠୁଥିଲା
ଧୂମ କୁଣ୍ଡଳୀମାନ
ଧୂମପାନକରୀ ବଡ଼ ବଡ଼ ବାବୁ
ସଉକ ତାଙ୍କର ଧୂମ ପାନ ।

ଆଭିଜାତ୍ୟର ନମୁନା ସେତକ
ଶିକ୍ଷା ସଭ୍ୟତାର ନିଦର୍ଶନ
ଅଭ୍ୟସ୍ତ ସେମାନେ ଫାଙ୍କି ଚାଲିବାରେ
ସମାଜର ଆଇନ କାନୁନ ।

ଭାତୃଭାବନାର ଅଭାବ ଏଥିରେ
ଆପଣା ସୁଖରେ ଅପରେ ବାଦୀ
ଆନ୍ତରିକତା ଅନ୍ତରହିତ
ମନ୍ତର ଯଦି ସ୍ୱାର୍ଥ ସିଦ୍ଧି ।

ବିବେକହୀନତା ଗ୍ରାସିଛି ଯୁବକେ
ମାନବିକତାର ବହୁତ ଦୂରେ
ବସ୍ ମଝିରେ ଠିଆ ହୋଇଛନ୍ତି
ବୃଦ୍ଧ, ବ୍ୟାଧିଗ୍ରସ୍ତ, ଅତି ଆତୁରେ ।

ବୃଦ୍ଧ ପିତା, ରୁଗଣ ଜନନୀ ଭଗିନୀ
ଅସହାୟାକାର ଅବଳାନାରୀ
ଆଡ଼ ନୟନରେ ନ ଚାହାନ୍ତି କେହି
ବସଟା ଭିଡ଼ ହୋଇଛି ଭାରି ।

ଚାଳକ ଉପରେ କାଳକ ଭରସା
ଆଜି କିନ୍ତୁ ସିଏ ନିଶାରେ ଗ୍ରସ୍ତ
ଅର୍ଥ ଲୋଭରେ ବ୍ୟର୍ଥ ହୋଇଛି
ସମାଜରେ ଆଜି ତ୍ୟାଗର ଅର୍ଥ ।

ସତେକଣ ଏହି ଯାତ୍ରୀବାହୀଟା
ପହଞ୍ଚିବ ଯାଇ ଲକ୍ଷସ୍ଥଳେ
କିଏ କହେ ଏହା ଆଗକୁ ଚାଲିଛି
ମୁଁ କହେ ଗାଡ଼ିଟା ପଛକୁ ଚାଲେ ।

ମନେ ହେଲା ଆମ ସମାଜଟା ଏହି ବସ୍ ପରି
ଆମେ ଯେଉଁଥିରେ ଯାତ୍ରା କରୁଛେ
ନମାନି ନୀତି ଓ ନୀୟମ ଯେତେ
ତେଣୁ ଆମେ ସବୁ ପହଞ୍ଚିବା ଯାଇ
ଶାନ୍ତି ରହିତ ନରକ ପୁରେ ।

ଅଶୁଭ ଅସଭ୍ୟ ଇଲାକାଟିଏ ସେ
ସଂସ୍କୃତି ଠାରୁ ବହୁତ ଦୂରେ
ପହଞ୍ଚିବା ସେଇ ନରକପୁରେ ।

ଲୋକପ୍ରିୟ ଲେଖା

To Top