କବିତା

ବ୍ୟଥା

Matrudatta Mohanty's Odia Poem Byathaa

ସେ ରାତିର ବର୍ଷାରେ
ଯଦିଓ ଭିଜିଥିଲା ଦେହ ତୁମର
ତଥାପି ତୁମ ସ୍ପର୍ଶର ଉଷ୍ମତାରେ
ମୁଁ ଜଳି ଯାଉଥିଲି ପ୍ରତିକ୍ଷଣ ।

ବ୍ୟଥା

ମୁଁ ଆଙ୍କିଥିଲି ଏକ ଗୋଲାପି ଚୁମ୍ୱନ
ତୁମ ଗୋଲାପି ଓଠରେ
ଦିନେ ବର୍ଷା ରାତିରେ,
ତୁମର ମନେ ଅଛି ତ ସେ ରାତି କଥା
ତୁମ ସତୀତ୍ୱ ହଜିଗଲା ବୋଲି
ତୁମେ ପାଇଥିଲ କେତେ ବ୍ୟଥା !

ସେ ରାତିର ବର୍ଷାରେ
ଯଦିଓ ଭିଜିଥିଲା ଦେହ ତୁମର
ତଥାପି ତୁମ ସ୍ପର୍ଶର ଉଷ୍ମତାରେ
ମୁଁ ଜଳି ଯାଉଥିଲି ପ୍ରତିକ୍ଷଣ ।

ତୁମ ମଥାରୁ ଝରି ପଡୁଥିଲା ବର୍ଷା ବିନ୍ଦୁ
ବୋହି ଯାଉଥିଲା ତୁମ ଓଠ ଫାଙ୍କ ଦେଇ
ମୋ ତୃଷାର୍ତ୍ତ ହୃଦୟକୁ ଲକ୍ଷ ଇସାରା ଦେଇ ।

ମନେ ଅଛି ତ ସେ ରାତି କଥା !
ତୁମର “ହଁ” “ନାଁ” ଭିତରେ
ଥପ୍ ଥପ୍ ବର୍ଷାର ଶବ୍ଦ ଭିତରେ
ଆମ ଅଜାଣତରେ
ସବୁ କିଛି ଶେଷ ହୋଇଗଲା ।

ଆଜି ବି ମନେପଡ଼େ ସେ ରାତି କଥା
କେତେ ସ୍ମୃତି କେତେ ବ୍ୟଥା
ତୁମେ ହଜେଇନ ସବୁ କିଛି
ବରଂ ପାଇଛି ପୂର୍ଣ୍ଣତା !

ଲୋକପ୍ରିୟ ଲେଖା

To Top