କବିତା

କରୋନା

Prafulla Kumar Panda's odia poem Carona

ସଚେତନ, ସଂଯମତା ଆଚରୀ ।
ହାତକୁ ଧୋଇବା ସଯତ୍ନ କରି ।
ସଙ୍ଗରୋଧ ଗୃହେ ନିରାପଦ ହେବା ।
ସମାଜେ ଦୂରତ୍ୱ ରକ୍ଷା କରି ।।

କରୋନା

ସକଳ ଦର୍ପ, ଗର୍ବ ଅହଂକାର ।
ଭୂତାଣୁ କରିଛି ସବୁ ନାରଖାର ।
ଭବନ ଭୂବନେ ତାଣ୍ଡବ ରଚେ ।।
ମହିଷାସୁରର ରଣ ହୁଙ୍କାର ।।

ଭୀତତ୍ରସ୍ତ ସର୍ବ ଦେବତା ଦେବୀ ।
ଆକୁଳେ ଧାଆଁନ୍ତି ଗୋଲକ ପୂରୀ ।
ମନ୍ତ୍ରଣା ଚାଲିଛି ରୁଦ୍ଧ ଆଳୟରେ ।
ଆବିର୍ଭୂତା ହେବେ ଅନଳୁନାରୀ ।।

ସଚେତନ, ସଂଯମତା ଆଚରୀ ।
ହାତକୁ ଧୋଇବା ସଯତ୍ନ କରି ।
ସଙ୍ଗରୋଧ ଗୃହେ ନିରାପଦ ହେବା ।
ସମାଜେ ଦୂରତ୍ୱ ରକ୍ଷା କରି ।।

ସଂଗ୍ରାମ ଆମ ରହିଛି ଜାରୀ ।
ପରାଜିତ ହେବ ସେ ମହାମାରୀ ।
ବିଶ୍ୱ ସମୁଦାୟ ସୁପୁଷ୍ପେ ମଣ୍ଡିବେ ।
କରୋନା ଯୋଦ୍ଧାଙ୍କୁ ବଜାଇ ଭେରୀ ।।

ହସିବ ଭାରତ ଉତ୍କଳ ଭୂଇଁ ।
ନୂତନ ସୁରୁଜ ଆସିବେ ଉଇଁ ।
ପ୍ରଗତି ସଂଗୀତେ ମୁଖରିତ ହେବ ।
ଜାତୀୟ ସମୃଦ୍ଧି କାମନା ନେଇ ।।

ଜାତିର ଦେବତା ଜଗତ ନାଥ ।
ଅଇରି ନାଶନେ ଉଡଇ ନେତ ।
ବିଘ୍ନ ବିନାଶିବେ ସଙ୍କଟୁ ହରିବେ ।
ଭାବେ ବୋଲ ଜୟ ଜଗନ୍ନାଥ ।।

ଲୋକପ୍ରିୟ ଲେଖା

To Top