କବିତା

କୈସିୟସ୍ କ୍ଲେ’ର ହାରିବା

Navajyoti Ray's odia poem Cassius Clay Ra Haaribaa

ଶିଶୁଟିଏ ଠାରୁ
ତେବେ ସେ ଶିଶୁ ହତ୍ୟା ଦୋଷରୁ ବଞ୍ଚିଗଲା
ସେ ନିଜ ଶରୀରର
ବଳ ପ୍ରୟୋଗରୁ ବଞ୍ଚିଗଲା
କିନ୍ତୁ ସେ ହାର ମାନି ନାହିଁ
ଶିଶୁଟିର ନିଶ୍ଚଳ ଚରିତ୍ର ପାଖରୁ !

କୈସିୟସ୍ କ୍ଲେ'ର ହାରିବା

ଯିଏ ନିଜର ମୁନିବକୁ ତଉଲିବେ ରକ୍ତରେ
ଆଜି,
କାଲି ମଧ୍ୟ ସେ ତଉଲିବେ ରକ୍ତରେ
ଆଜି ନିଜ ରକ୍ତରେ
କାଲି ମୋ ରକ୍ତରେ
ପରଦିନ ସେ ସଂଗ୍ରହ କରିବେ ରକ୍ତ
ଶିଶୁମାନଙ୍କର ଏ କାର୍ଯ୍ୟ ପାଇଁ
ସେହି କୈସିୟସ୍ କ୍ଲେ’ ଯେବେ ହାର ମାନିଗଲା
ଶିଶୁଟିଏ ଠାରୁ
ତେବେ ସେ ଶିଶୁ ହତ୍ୟା ଦୋଷରୁ ବଞ୍ଚିଗଲା
ସେ ନିଜ ଶରୀରର
ବଳ ପ୍ରୟୋଗରୁ ବଞ୍ଚିଗଲା
କିନ୍ତୁ ସେ ହାର ମାନି ନାହିଁ
ଶିଶୁଟିର ନିଶ୍ଚଳ ଚରିତ୍ର ପାଖରୁ !

ଯେହେତୁ ଆମେ ଶିଶୁଟିକୁ ଆଜି ନେଉଛୁ
କୈସିୟସ୍ କ୍ଲେ’ ସହ ଲଢ଼ିବାକୁ
ଏବଂ ଏହା ସୁପାରିଶ କରୁଛୁ କି
କୈସିୟସ୍ କ୍ଲେ’ ନିଜେ ହାର ମାନୁ ଶିଶୁଠୁ
କୈସିୟସ୍ କ୍ଲେ’ ବାରମ୍ୱାର ହାର ମାନିଯାଏ
ଆଉ ଗୋଟେ ଶିଶୁକୁ ସହଭାଗୀ କରାଏ
ହିଂସାର ଧନ୍ଦାରେ
ଯିଏ କି ଲଢ଼ିବାକୁ ଯାଇଥିଲା
ତା’ର ମନୋରଞ୍ଜନ କରିବାକୁ
ନିଜର ନୁହେଁ
ଏବଂ ଏହି ଶିକ୍ଷା ପାଇ ଲଉଟେ
ମନୋରଞ୍ଜନ ପାଇଁ ହିଁ ସେ ଲଢ଼ିବ ।

ହିଂସା, ନିରୋଳା ହିଂସା କେତେ ସହଜ
ତହିଁରେ ଥାଏ ରାଜାଶ୍ରୟ, ପୁଣି କ୍ଷମାଦାନ
ବଳୁଆ ଲୋକେ ଖୋଜନ୍ତି ଦୁର୍ବଳଙ୍କୁ
ଗୋଟେ ପଟେ ଥାଏ
ଡାକ୍ତରଖାନା, ଝୁମ୍ପୁଡ଼ିଘର
ହଜାରେ ବର୍ଷରୁ ବଞ୍ଚିତ ଜାତି ବର୍ଗର
ଶବକୁ ଲୁଟୁଥିବା ଲୋକେ
ଧ୍ୱସ୍ତ ଘର ଦୂଆର ଯାହାଙ୍କୁ ଏମାନେ
କୁହନ୍ତି ନିର୍ଭୟ ରହିବାକୁ
ଏବଂ ଆରପଟେ ଥାଏ ଚିତ୍ରକର
ଯିଏ ନିଜ ରକ୍ତରେ କାଗଜ ଉପରେ ସେମାନଙ୍କ
ଚିତ୍ର ଆଙ୍କେ
ଲୋକଙ୍କ ମନରେ ସୃଷ୍ଟି କରେ ଭୟ !

ଲୋକପ୍ରିୟ ଲେଖା

To Top