କବିତା

ଚାହିଁ ବସିଥିବି ଜନମ ଜନମ

Ranjan Kumar Swain's odia poem Chahin Basithibi Janama Janama

କଥା ରଖି ଆଜି ତମେ, ମୋ ପାଖକୁ ଆସି୍ଲ ।
ଫଉଜି ଷ୍ଟାଇଲ୍ ମାରି, ମୋ ମନକୁ ଜିତିଲ ।।
ସୀମାନ୍ତରେ ଚାକିରି, ତମ ସମୟର ଅଭାବ ।
ଅବିଳମ୍ବେ ବାହାହେଲ, ଭୋଜି ଭାତ ପରବ ।।

ଚାହିଁ ବସିଥିବି ଜନମ ଜନମ

ସାଙ୍ଗସାଥି କହୁଛନ୍ତି, ମୁଁ ଖାଲି ଚୁପ୍‌ଚାପ୍ ରହୁଛି ।
କାହାକୁ କହିବି ତମ ବିରହେ,କେତେ ଛଟପଟ ହଉଛି ।।

କୋଇଲିର ମଧୁର ସ୍ଵର,ସପନେ ହଜେଇ ଦଉଛି ।
କାଉ ର କା କା ରାବ, ତମେ ଆସିବ ଆସିବ କହୁଛି ।।

କଥା ରଖି ଆଜି ତମେ, ମୋ ପାଖକୁ ଆସି୍ଲ ।
ଫଉଜି ଷ୍ଟାଇଲ୍ ମାରି, ମୋ ମନକୁ ଜିତିଲ ।।

ସୀମାନ୍ତରେ ଚାକିରି, ତମ ସମୟର ଅଭାବ ।
ଅବିଳମ୍ବେ ବାହାହେଲ, ଭୋଜି ଭାତ ପରବ ।।

ସପନ ମୋ ସତହେଲା, ହେଲି ତମ ଘରଣି।
ହୃଦୟର ରାଜାହେଲ ଟେକି ମୋର ଓଢଣୀ ।।

ଛୁଟିତମ ସରିଗଲା କର୍ମକ୍ଷେତ୍ରେ ପଥିକ ।
ଛାତିରେ ପଥର ରଖି, ଦେଇଥିଲି ତିଳକ ।।

କାଲି ରାତିସାରା ଶୋଇନାହିଁ, ଦେଖି ଦୁଖ ସପନ ।
କାଉ କା କା ରାବ ଆଜି ଛିଂକାଉଛି ମନ ।।

ଚାରିଆଡେ କହୁଛନ୍ତି, ଛାତି ତାନି ଲଢିଛ ।
ଉଗ୍ରବାଦୀ ସଙ୍ଗେ ଲଢି, ବିରଗତି ପାଇଛ ।।

ପାଦତଳୁ ମାଟି ଖସେ, ବଜ୍ରପାତ ମୁଣ୍ଡରେ ।
କଥା ଦେଇ ଚାଲିଗଲ, ଛାଡିଏକା ସଂସାରେ ।।

ଦେଶ ପାଇଁ ପ୍ରାଣଦେଇ, କରିଗଲ ଜିବନ ସାର୍ଥକ ।
କଥାଦେଲି ତମ ପିଲା ହେବ, ତମ ପରି ଦେଶପ୍ରେମୀକ ।।

ତମସାଥେ କଟିଥିବା, ସେଇ କିଛି କ୍ଷଣ ।
ମୋ ପାଇଁ ସମ୍ବଳ, ଥିବାଯାଏ ପ୍ରାଣ ।।

ତମେ ବୀର କଥା ତମ ପ୍ରତିଜ୍ଞା ସମାନ ।
ତମ ପ୍ରତୀକ୍ଷାରେ ଚାହିଁ ବସିଥିବି ଜନମ ଜନମ ।।

ଲୋକପ୍ରିୟ ଲେଖା

To Top