କବିତା

ଚକ୍ରବ୍ୟୁହ

Dr Kalpana Mallick's odia poem Chakrabyuha

ସୁଖ ଭାବି ଯା’କୁ
କରିଲି ଆଦର
ହୋଇଗଲା ସିଏ
ନୟନର ନୀର
ବନ୍ଧୁ ବୋଲି ଯା’ରେ
ହୃଦୟେ ବାନ୍ଧିଲି
ପଛରୁ ପିଙ୍ଗିଲା ଅରି ଭଳି ଛୁରୀ ।।

ଚକ୍ରବ୍ୟୁହ

ସୁଖ ଭାବି ଯା’କୁ
କରିଲି ଆଦର
ହୋଇଗଲା ସିଏ
ନୟନର ନୀର
ବନ୍ଧୁ ବୋଲି ଯା’ରେ
ହୃଦୟେ ବାନ୍ଧିଲି
ପଛରୁ ପିଙ୍ଗିଲା ଅରି ଭଳି ଛୁରୀ ।।

ପ୍ରିୟଜନ ଭାବି
ଯାହାକୁ ଚାହିଁଲି
ସ୍ୱାର୍ଥ ଛଡ଼ା କିଛି
ଦେଖି ନ ପାରିଲି
ଭଲ ପାଇବାର ସବୁଜ ଇଚ୍ଛାରେ
କଣ୍ଟାଭରି ଯାଏ
କାହା ନିର୍ଦ୍ଦେଶରେ
ସଂସାର ରାସ୍ତାର
ମିଛ ଗାଲିଚାରେ

ପୋଡ଼ି ଜାଳି ହୁଏ
ତତଲା ନିଆଁରେ
କେଡ଼େ ନିଃସହାୟ ଜୀବନ ଏଇଠି
ମଣିଷ ବୋଲି ମୁଁ ଭୁଲି ଯାଇଅଛି
ମିଛକୁ ଫେରିବା
ରାସ୍ତା ମନେ ନାହିଁ
ଆଗକୁ ଚାଲିବା ଜାଣି ନ ପାରଇ
ଚକ୍ରବ୍ୟୁହ ମଧ୍ୟେ
ସତେ ମୁଁ ଯେମିତି
ହଜାଇ ବସିଛି ମୋ ଅସ୍ତିତ୍ୱ ଗୋଟି ।।

ଲୋକପ୍ରିୟ ଲେଖା

To Top