କବିତା

ଚକ୍ରବ୍ୟୁହରେ ପ୍ରେମିକା

Prasanta Kumar Behera's odia poem Chakrabyuhare Premikaa

ଯାହା କିଛି କମିଛି
ସବୁ ତମ ଭିତରୁ,
ଦିନ ଆସିବ
ତମେ ଦେଖିବ
ଓ ଜାଣିବ ବି
ଏମିତି କେମିତି
ଅନ୍ୟାୟ ଭାବରେ
ମୋତେ କଷ୍ଟ ହିଁ
ଦେଇ ଚାଲିଛ ।

ଚକ୍ରବ୍ୟୁହରେ ପ୍ରେମିକା

-: ପୂର୍ବରୁ :-

କଣ ଭୁଲ୍ ମୋର ?
ତମ ସ୍ୱପ୍ନ, କଳ୍ପନା,
ମନ ସବୁ ତମର,
ମୁଁ ସେଠି କିଏ
ଅବା କୁହତ ?

ଯାହା କିଛି କମିଛି
ସବୁ ତମ ଭିତରୁ,
ଦିନ ଆସିବ
ତମେ ଦେଖିବ
ଓ ଜାଣିବ ବି
ଏମିତି କେମିତି
ଅନ୍ୟାୟ ଭାବରେ
ମୋତେ କଷ୍ଟ ହିଁ
ଦେଇ ଚାଲିଛ ।

ତମେ ବୁଝିପାରିବନି
କିମ୍ୱା ତମେ ବି ମୁଁ,
ହୋଇ ପାରିବନି ।
ଅବଶୋଷ ମାନଙ୍କ ଘର
ହୋଇଗଲାଣି ଏ ମନ,
ଏପଟ ନାଇଁ ତ ସେପଟ
ମଝିମଝିରେ ଆଉ ମୋତେ
ଏମିତି ମାରନି ।
ଖୁବ୍ କଷ୍ଟ ପାଇସାରିଛି
ବିନା ଅପରାଧରେ
ଆଉ କଷ୍ଟ ଦିଅନି ।

ତମ ସହ ଜଡିତ ହୋଇ
ସବୁଠୁ ଅଧିକ ଖୁସି ହେବି
ବୋଲି ଭାବିଥିଲି,
କିନ୍ତୁ ସବୁଠୁ ଦୁଃଖୀ
ହୋଇ ରହିଗଲି ।
ତମେ ତ ଟିକେ
ବି ବଦଳିଲନି
କି ମୋ ମନ କଥା
କିଛି ବି ବୁଝିଲନି ।

ଯାହାକୁ ମାନସିକ ଭାବେ
ଖୁବ୍ ଶକ୍ତ ଆଶ୍ରାଟିଏ
ବୋଲି ଭାବୁଥିଲି
ସେ ଆଜି ଏମିତି କେମିତି
ଏ ଡହ ଡହ
ମରୁଭୂମିରେ ଛାଡିଦେଇଛି
ସମ୍ପୂର୍ଣ୍ଣ ଭାବେ ପରକରି ?

ଲୋକପ୍ରିୟ ଲେଖା

To Top