କବିତା

ଚନ୍ଦ୍ରମା

Krishna Mishra's odia poem Chandramaa

ତୁମ ଦେହେ ଭରା କଳଙ୍କ,
ମୋ ପଣତ କାନିରେ ଦାଗ,
ତୁମେ ହସ ଖିଲି ଖିଲି, ନୀଳ ଗଗନ ବୁକୁରେ
ମୋ ହସରେ ନାହିଁ କାଳେ ବାଗ !

ଚନ୍ଦ୍ରମା

ଚନ୍ଦ୍ରମା !
ତୁମ ଦେହେ ଭରା କଳଙ୍କ,
ମୋ ପଣତ କାନିରେ ଦାଗ,
ତୁମେ ହସ ଖିଲି ଖିଲି, ନୀଳ ଗଗନ ବୁକୁରେ
ମୋ ହସରେ ନାହିଁ କାଳେ ବାଗ !
ତୁମ ଚାନ୍ଦିନୀରେ ଭିଜା
ଅନେକ ଆଖିରେ ସ୍ୱପ୍ନର ଢ଼େଉ
ମୋ ଉପସ୍ଥିତି, ସଭିଙ୍କ ଲାଗି ଦାଉ …
ତୁମେ ଯେବେ ଲୁଚି ଯାଅ
କ୍ଷଣିକ ଅମା ଅନ୍ଧକାରେ
କେତେ ଯେ ନୟନ ଝୁରେ
ଅଭିଲାଷା ହାଏ ହାଏ କରେ,
ମୁଁ କିନ୍ତୁ ଭିଜୁଥାଏ ମୋ ଆଖିର ଲୁହରେ …

କଳଙ୍କିତ ଶରୀର ତୁମ,
କୃଷ୍ଣମୟ ରାତ୍ରିର ବାହୁ ବନ୍ଧନରେ
ଶୃଷ୍ଟି କରେ ରୋମାଞ୍ଚ,
ନିରବ ଜ୍ୟୋତ୍ସ୍ନା ସାନ୍ତ୍ୱନା ଦିଏ
ମୋ ବିରହ ମନକୁ
ଚନ୍ଦ୍ରମା !
ତୁମ
ଏ ଅହଂକାର, ଏ ଅଭିମାନ
ତୁମଠି ଶୋଭା ପାଏ,
କାରଣ
କବିତା ମୋ, ତୁମଠୁ ଆରମ୍ଭ
ତୁମଠି ଶେଷ ହୁଏ …

ଲୋକପ୍ରିୟ ଲେଖା

To Top