କବିତା

୧୪ ଟି ଲଘୁ କବିତା

Ramakanta Mishra's odia poem Chaudati Laghu Kabitaa

ସେ ଜନ୍ମ ନେଲେ କାରାରେ ଅକ୍ଷୁର୍ଣ୍ଣ
ଅନ୍ଧକାରେ ଜ୍ୟୋତି ଦେଲେ ଶ୍ରୀକୃଷ୍ନ
କରୁଛୁ ଆମେ ସବୁ ଆତ୍ମ ସମର୍ପଣ
ଶ୍ରୀକୃଷ୍ଣଙ୍କ ଠାରେ ଆତ୍ମ ନିବେଦନ

୧୪ ଟି ଲଘୁ କବିତା

୧।। ଆତ୍ମ ବିଶ୍ୱାସ

ସବୁ ଠାରୁ ବଡ ଶକ୍ତି ଆମର
ଅଟଇ ତାହା ଆତ୍ମ ବିଶ୍ୱାସର
ନିଜ ଶକ୍ତି କୁ କରିବା ବିଶ୍ୱାସ
ମନ ହେବ ପୁଣି ଅତି ଉଶ୍ୱାସ
ହୋଇ ଯଦି ପାରିଲା ଏହା ସଂଭବ
ଚମତ୍କାର ମଧ୍ୟ ନୁହେଁ ତ ଅସମ୍ଭବ ।

୨।। ଜନ୍ମାଷ୍ଟମୀ

ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ
ଥିଲା ଅଷ୍ଟମ ଗର୍ଭ ଓ ଅଷ୍ଟମୀ
ପ୍ରଭୁ ହେଲେ ଧରାରେ ଅବତୀର୍ଣ୍ଣ
ବର୍ଷାରେ ଚାରିଦିଗ ଥାଏ ଜଳମଗ୍ନ
ସେ ଜନ୍ମ ନେଲେ କାରାରେ ଅକ୍ଷୁର୍ଣ୍ଣ
ଅନ୍ଧକାରେ ଜ୍ୟୋତି ଦେଲେ ଶ୍ରୀକୃଷ୍ନ
କରୁଛୁ ଆମେ ସବୁ ଆତ୍ମ ସମର୍ପଣ
ଶ୍ରୀକୃଷ୍ଣଙ୍କ ଠାରେ ଆତ୍ମ ନିବେଦନ
ଅତି ପବିତ୍ର ଏହି ଜନ୍ମାଷ୍ଟମୀ ଦିନ
ପ୍ରଭୁଙ୍କ ଠାରେ ମନ ହେଉ ଲୀନ ।

୩।। ଖୁସି

ପ୍ରତ୍ୟେକ ଛୋଟ ହସ ଟିଏ
କାହାରି ମନ କୁ ଛୁଇଁ ଯାଏ
ଖୁସି କେହି ଜନ ମିନି ଧରି
ସଭିଁଏ ଖୁସି ର ଅଧିକାରୀ
ଖୁସି ପରିସ୍ଥିତି ସୃଷ୍ଟି ପାଇଁ
ଖୁସି ରୁହ ସବୁ ବେଳ ପାଇଁ ।

୪।। ସନ୍ଦେହ

ନିଜକୁ କେବେ ଭାବ ନାହିଁ ହୀନ
ଯଦି ତୁମ ଯୋଗ୍ୟତା ସନ୍ଦିହାନ
ଦୁଇ ଗୁଣ କର ନିଜ ଯୋଗ୍ୟତାକୁ
ଗର୍ବ ଅନୁଭବ କର ନିଜେ ନିଜକୁ
ଲୋକେ ତ ନିଶ୍ଚୟ କରିବେ ସନ୍ଦେହ
ସୁନାକୁ ସଭିଁଏ କରନ୍ତି ସନ୍ଦେହ
ଲୁହାର ଶୁଦ୍ଧତା ଗୁଣବତ୍ତା ଉପରେ
ପ୍ରଶ୍ନ କି କେହି କେବେ ବି ପଚାରେ ?

୫।। ଗୁରୁ ବନ୍ଦନା

ଗୁରୁ ଆଉ ଗୋବିନ୍ଦ ଦୁହେଁ ସମ୍ମୁଖରେ ଉପସ୍ଥିତ
ଗୋବିନ୍ଦ ବଡ ଜଣିବି ଗୁରୁଙ୍କୁ ଆଗ କରିବି ବନ୍ଦିତ
ଗୁରୁ ହିଁ ଗ୍ୟାନ ଦେଇ ଆମକୁ କରିଛନ୍ତି ଏହି ଯୋଗ୍ୟ
ଗୋବିନ୍ଦଙ୍କୁ ଚିହ୍ନି ପାରି ବଦଳାଇବା ନିଜ ନିଜ ଭାଗ୍ୟ
ଗୁରୁ ବ୍ରହ୍ମା, ଗୁରୁ ବିଷ୍ନୁ, ଗୁରୁ ଦେବ ହିଁ ମହେଶ୍ୱର
ଗୁରୁ ସାଖ୍ୟାତ ପରଂବ୍ରହ୍ମ ତାଙ୍କୁ ଆଗ ପୂଜା କର
ମାତା ହେଲେ ଆଦ୍ୟ ଗୁରୁ, ପିତା ମହାନତାରେ
ଗୁରୁ ଗ୍ୟାନ ଦେଇ ଠିଆ କଲେ ଆମକୁ ସଂସାରରେ
ଗୁରୁ ବନ୍ଦନା କରିବା ଆଜିର ଏହି ମହାନ ଦିନରେ
ମହାନ ଗୁରୁ ସାର୍ ରାଧାକୃଷ୍ଣନଙ୍କ ଜନ୍ମ ଦିବସରେ ।

୬।। ଛଳନା

ଆମେ ଫେରିଲେ କେତେ ବି ପଛକୁ
ଫେରି ପାଇବା ନାହିଁ କେବେ ଅତୀତକୁ
ଆମେ ଏବେ ଅଛୁ ଯେଉଁ ଠାରେ
ଆରମ୍ଭ କରିବା ଯଦି ସେହି ଠାରେ
ସମସ୍ୟାକୁ ପାରିବା ଶେଷ କରି
ବର୍ତ୍ତମାନକୁ ଜୀବନରେ ଜାଗ୍ରତ କରି
ସବୁଠାରୁ ଆଶ୍ଚର୍ଯ୍ୟ ହେଉଛି ଜୀବନର
ଜାଣୁ ନାହିଁ କିଏ ପର ଆଉ କିଏ ନିଜର
କିଏ ଆମ ପାଇଁ କରୁଛି ପ୍ରାର୍ଥନା
କିଏ ଆମ ସହ କରୁଛି ଛଳନା ।

୭।। ମୁଁ ଗଲା ପରେ

ମୁଁ ଗଲା ପରେ ତୁମ ଲୁହ ଭିଜା ଆଖି
ତାହା ମୁଁ ପାରିବିନି ଦେଖି
ଏବେ କାହିଁକି ସେ କଥା ହେବ ନାହିଁ ରଖି ?
ଶବ ଉପରେ ଫୁଲମାଳ ଥିବ ରଖି
ମୁଁ କିନ୍ତୁ ପାରିବିନି ଦେଖି
ଏବେ କାହିଁକି ଫୁଲକୁ କରୁନ ସାଖି ?
ତୁମେ କରିବ ବର୍ଷା ପ୍ରଶଂସାର ବାଣୀ
ମୁଁ କିନ୍ତୁ ପାରିବିନି ଶୁଣି
ଏବେ କାହିଁକି ପ୍ରଶଂସାରୁ କରୁଛ ରୁଣୀ ?
ଭୁଲି ଯିବ ତୁମେ ମୋର ସବୁ ଭୁଲକୁ
ମୁଁ ପାଇବିନି ଜାଣି ପାରିବାକୁ
ତେବେ ଏବେ ଠାରୁ ଭୁଲୁନ ମୋ ଭୁଲକୁ ?
ମୋ ଅନୁପସ୍ଥିତି କରିବ ଅନୁଭବ
ମୁଁ କିନ୍ତୁ ପାଇବିନି କିଛି ଅନୁଭବ
ଏବେ ଠାରୁ ମୋ ଅନୁପସ୍ଥିତି କର ଅନୁଭବ !
ସେତେବେଳେ ଇଚ୍ଛା ହେବ ଜାଗ୍ରତ
ଭଲା ଆଉ କିଛି ଦିନ ରହିଥାନ୍ତ !
ଏବେ ହେଲେ କଟାଅ କିଛି ମୁହୂର୍ତ୍ତ ମୋ ସହିତ ?
ମୁଁ ଗଲା ପରେ ତୁମେ ଆସିବ ମୋ ଘରକୁ
ଅଶୃପୂର୍ଣ ସମବେଦନା ଜଣାଇବାକୁ
ଏବେ ହେଲେ ଥରେ ଆସନ୍ତ ମୋ ଘରକୁ ?

୮।। ଏକତା

ଦାନ୍ତ କେତେ କାମୁଡିଲେ ଜିଭ
ମିଶିକି ରହିବା କରନ୍ତି ସମ୍ଭବ
କେତେ କନ୍ଦଳ କଲେ ଦୁଇଜଣ
ପରସ୍ପର ପରେ କରନ୍ତି ମେଳଣ
ଆଖି ଦୁଇ ପରସ୍ପର ଦେଖା ନାହିଁ
ଦେଖନ୍ତି କିଛି ଦିହେଁ ମିଶିଲେ ଯାଇ
ପତା ମଧ୍ୟ ପଡିଥାଏ ଏକା ସାଙ୍ଗେ
ଲୁହ ବାହାରେ ସେଇ ଏକା ସାଙ୍ଗେ
ଦାନ୍ତ, ଜିଭ ଦୁଇ ଆଖିକୁ ଦେଖିବ
ଏକତାରେ ରହିବାଟା ଶିଖିଯିବ ।

୯।। ପ୍ରତିଧ୍ଵନୀ

ଯାହା ଆମେ ପଠାଇବା
ତାହା ହିଁ ଫେରି ପାଇବା
ଯାହା ବି ଆମେ ବୁଣିବା
ତାହା ହିଁ ଆମେ କାଟିବା
ଅନ୍ୟ ପାଖେ ଅଛି ଯାହା
ଆମ ପାଖେ ଅଛି ତାହା
ମନ୍ତବ୍ୟ ଦିଅନି କାହାକୁ
ମନ୍ତବ୍ୟ ମିଳିବ ଆମକୁ
ବାଣ୍ଟି ଚାଲ ବିଶୁଦ୍ଧ ସ୍ନେହ
ଫେରି ଆସିବ ସବୁ ସ୍ନେହ ।

୧୦।। ଛୋଟ

ଛୋଟ ଗୋଟିଏ ଆଲିଙ୍ଗନ
ବଡ ଖୁସି କରେ ପ୍ରଦାନ
ଛୋଟଟିଏ ମହମବତୀ
ଦୂର କରେ ଅନ୍ଧାର ରାତି
ଛୋଟ ଛୋଟ ସ୍ମୃତି ସଂଭାର
ଜୀବନ ଯାକ ଉଜାଗର
ଛୋଟ ଛୋଟ ମହତ ବାଣୀ
ବଡ ଗ୍ୟାନ ଦିଅଇ ଆଣି ।

୧୧।। ଚାହୁଁ ଚାହୁଁ

ଚାହୁଁ ଚାହୁଁ ସମୟ ପଳାଇଲା
କାନ୍ଧରେ ବସି ଖେଳୁଥିବା ପିଲା
କାନ୍ଧ ସହ ସମାନ ହୋଇ ଗଲା
ଇପ୍ସିତ ଘର ମୋର କେବେ ହେଲା
ସାଇକଲରେ ଆରମ୍ଭି ଥିଲା
ଜୀବନ ଏବେ କାର ରେ ବୁଲିଲା
ଆମେ ଥିଲୁ ବାପା ମାଙ୍କ ଦାୟିତ୍ୱ
ଏବେ ଆମ ପିଲା ଆମ ଦାୟିତ୍ୱ
ଦିନରେ ବି ଭଲ ନିଦ ହେଉଥିଲା
ଏବେ ରାତିରେ ବି ଅନିଦ୍ରା ପାଲା
ଏବେ ଭାବୁଛି କରିବି କିଛି ନିଜ ପାଇଁ
ଶରୀର କିନ୍ତୁ ସାଥି ଦେଉ ନାହିଁ ।

୧୨।। ଉତ୍ତର

ଫୁଟୁଥିବା ପାଣିରେ ବିମ୍ବ ଦିଶେ ନାହିଁ
ଚିନ୍ତାଗ୍ରସ୍ତ ମୁଣ୍ଡରେ ବୁଦ୍ଧି ଆସେ ନାହିଁ
ଥଣ୍ଡା ପାଣି ସଦୃଶ କରିବା ନିଜକୁ
ପାଇବା ବାଟ ସମାଧାନ କରିବାକୁ
ଆମ ପାଖେ ଥିବା ବେଳେ ସବୁ ଉତ୍ତର
ଆବଶ୍ୟକତା ନାହିଁ ଆତ୍ମ ବିଶ୍ୱାସର
ଆତ୍ମ ବିଶ୍ୱାସ ଆବଶ୍ୟକତା ପଡଇ
ଯେବେ ପାଖରେ ପ୍ରଶ୍ନର ଉତ୍ତର ନ ଥାଇ ।

୧୩।। ଗଣନାଥ

ନମସ୍ତେ ଗଣନାଥ ଅଗ୍ରପୂଜ୍ୟ
ବିଦ୍ୟା ରାଜ୍ୟରେ ତୁମରି ସାମ୍ରାଜ୍ୟ
ବ୍ୟାସ ଦେବ ଖୋଜିଲେ ବ୍ୟକ୍ତି ଯୋଗ୍ୟ
ଥରକେ ଲେଖିବ ମହାଭାରତ ଭବ୍ୟ
ଲେଖି ଦେଲେ ମହାଭାରତ ସର୍ବ
ପୂର୍ଣ୍ଣ କରିଲେ ଅଷ୍ଟାଦଶ ପର୍ବ
ବୁଦ୍ଧିଦାତା ହେ ବିଘ୍ନ ବିନାଶକ
ଶକ୍ତ କର ଆମ ଭବିଷ୍ୟତ ସନ୍ତକ
ଆଜି ତୁମ ପୂଜା କରୁ ଭକ୍ତି ଭରେ
ଗଣନାଥ ଦୟାକର ଶ୍ରୀବୃଦ୍ଧିରେ ।

୧୪।। ହସ ଖୁସି

ହସ ଆମକୁ ଆକର୍ଷଣୀୟ କରେ
ହସ ହିଁ ମନକୁ ପ୍ରଫୁଲ୍ଲିତ କରେ
ହସ ଆମର ପରିବର୍ତ୍ତନ କରେ
ହସ ମୁଂଡ ର ଚାପକୁ ହ୍ରାସ କରେ
ହସ ଆମକୁ ସକାରାତ୍ମକ କରେ
ହସ ଆମ ବ୍ୟକ୍ତିତ୍ତ୍ୱ ବିକାଶ କରେ
ଖୁସିରେ ରହିବା ଅଟେ ଇଚ୍ଛାଧିନ
ଏହା ନୁହେଁ କୌଣସି ଫଳ ଅଧିନ
ସଂସାରରେ କେହି ପାଇବନି ଖୁସି
ଯଦି ସ୍ଵୟଂ ନିଜେ ନ ରହିବା ଖୁସି ।

ଲୋକପ୍ରିୟ ଲେଖା

To Top