କବିତା

ଚଉଦିଗ ଚହଟୁଛି

Bidhan Chandra Swain

ପତର ଝଡ଼ୁଛି ଗୋଟି ଗୋଟି ହୋଇ
ଶୀତକୁ ବିଦାୟ ଦେଇ,
ଫଗୁଣ ଆସିଛି ପତ୍ର କଅଁଳୁଛି
ତୁମ କଥା କହି କହି ।

ଚଉଦିଗ ଚହଟୁଛି

ଶୀତ ଚାଲିଗଲାଫଗୁଣ ଆସିଲା
ମନ ତୁମ ବଦଳିଲା,
ଏଇ ଫଗୁଣରେତୁମ ମନ ସାଥେ
ମୋ ମନ ତ ଛନ୍ଦି ହେଲା ।

ପତର ଝଡ଼ୁଛିଗୋଟି ଗୋଟି ହୋଇ
ଶୀତକୁ ବିଦାୟ ଦେଇ,
ଫଗୁଣ ଆସିଛିପତ୍ର କଅଁଳୁଛି
ତୁମ କଥା କହି କହି ।

ଗଛରେ ଗଛରେଫୁଲର ସୁରଭି
ଚଉଦିଗ ଚହଟୁଛି,
ତୁମ ଛବି ମୋରମନ ଆଇନାରେ
ଜକ ଜକ ଦିଶୁଅଛି ।

କେମିତି କହିବିଅକୁହା କଥା ସେ
କହିବାକୁ ଲାଜ ଲାଗେ,
ତୁମରି ଛୁଆଁରେଅବେଳରେ ମନେ
କାଉଁରୀ ପରଶ ଯାଗେ ।

ସଭିଏଁ ଜାଣନ୍ତିଓଠ ନ ଫିଟିଲେ
କଥା କହି ହୁଏ ନାହିଁ,
ତୁମେ ତ ପହିଲେଓଠ ନ ଫିଟେଇ
କେତେ କଥା ଦେଲ କହି ।

ଆଖିରେ ତୁମରଭରି ରହିଥିଲା
କେତେ ନିଦାଘର ତାତି,
ଦୁଇ ଓଠେ ତୁମକୃଷ୍ଣ ଚୂଡ଼ାର
ରଙ୍ଗ ଦେଇଥିଲ ମାଖି ।

ଲୋକପ୍ରିୟ ଲେଖା

To Top