କବିତା

ଚେଇଁ ଉଠିଲା କି ? ମୋ ଦୂର ଅତୀତ

Deepak Baral's odia poem Chein Uthila Ki ? Mon Doora Atita

ନିରବେ ନିସିଥେ ବାଜି ଉଠିଲାକି
ଗୋଟିଏ ବୀଣା ର ତାର
ହୃଦୟ କନ୍ଦ ରୁ ପଡିଲା ଉଛୁଳି
ଗୋପନେ ସଂଗୀତ ଧାର

ଚେଇଁ ଉଠିଲା କି ? ମୋ ଦୂର ଅତୀତ

ଝାଉଁଳୀ ଯାଏ ମୋ ସକଳ କରମ
ଚେଇଁ ଉଠିଲା କି ? ମୋ ଦୂର ଅତୀତ
ଉଡେ ଫର ଫର ସୁନେଲି ପଣତ
ଅଭୁଲା ସେ ସ୍ମୃତି ଅତୀତ
ଅତୀତ ଯେ ଅଫେରନ୍ତା ଭବିଷ୍ୟତ ଉଷ୍ମ ଅଶ୍ରୁ ଝରା
ବର୍ତମାନ ମୋର ଅତୀତ ର ସଙ୍ଗୀତେ ମୁଖୁରା
ଅସ୍ତରାଗ ରବି ଦିଏ ନାହିଁ ଶାନ୍ତି ଅମୃତ
ଚେଇଁ ଉଠିଲା କି ? ମୋ ଦୂର ଅତୀତ…

କପୋତୀ ସାଜି କରୁଣ ଛନ୍ଦେ ଝୁରି ଝୁରି ମରେ
ଚାତକ ର ତୃପ୍ତି ଆଶା ବାନ୍ଧି ଅତୀତ ନଦୀରେ
ଅତୀତ ଯେ କରୁଣ ରା-ଗ ର ରାଗିଣୀ
ଭଗ୍ନ ହୃଦୟ ର ବ୍ୟଥା
ସେ ସ୍ଵରେ ତାଳେ ଗାଇବାକୁ ହୁଏ
ହୃଦୟ ର ସତ କଥା
ଜୀବନଟା କାଇଁ ଅଲଗା ଲାଗେ ଆଜି କହତ
ଦେହ ମନ ମୋର ଜାଗରିତ ହୁଏ
କିଏ ସେ ସାରାଈ ମହତ
ଚେଇଁ ଉଠିଲା କି ? ମୋ ଦୂର ଅତୀତ…

ନିରବେ ନିସିଥେ ବାଜି ଉଠିଲାକି
ଗୋଟିଏ ବୀଣା ର ତାର
ହୃଦୟ କନ୍ଦ ରୁ ପଡିଲା ଉଛୁଳି
ଗୋପନେ ସଂଗୀତ ଧାର
ଆସି ଉଁଇ ଲାଣି ଗଗନେ ତାରା
ଝରିତ ପଡ଼ି ଲାଣି ଚାନ୍ଦିନୀ ଧରା
ଭାସି ଆସୁଅଛି ସ୍ମୃତି ବୋଇତ
ଚେଇଁ ଉଠିଲା କି ? ମୋ ଦୂର ଅତୀତ…

ଲୋକପ୍ରିୟ ଲେଖା

To Top