କବିତା

ଚିତ୍ରଘର

Niranjan Jena's odia poem Chitraghara

ଘରଦିନେ ଆଙ୍କିଥିଲେ
ଭୀମଭୋଇ, ବଳରାମ, ଅଚ୍ୟୁତ, ଅନନ୍ତ
ଶୂନ୍ୟଘର, ବ୍ରହ୍ମାଣ୍ଡ ଭୂଗୋଳ,
ସେ ଘରର ନଥିଲା ନକ୍ସା
କିମ୍ୱା ରଙ୍ଗର ପ୍ରାଚୁର୍ଯ୍ୟ
ଶବ୍ଦ ଓ ଭାବରେ
ବାନ୍ଧିଥିଲେ ପୁନଶ୍ଚ ସଂସାର ।

ଚିତ୍ରଘର

ଘରଟିଏ ଅଙ୍କାଯାଉ
ରେଖାରେ ରେଖାରେ
ସେ ଚିତ୍ର ନିଆରା ହେଉ
ବି.ବର୍ମା, ଶିବ ପାଣିଗ୍ରାହୀ
କିମ୍ୱା ବଳଦେବ ମହାରଥୀଙ୍କର
ରେଖାଙ୍କିତ ଘରଠାରୁ. . .

ଭିନ୍ନ ରୂପେ ଗଢ଼ାଯାଉ
ଅନ୍ୟ ଏକ ଘର
ଝୋଟି, ଚିତାରେ ଝଟକୁ
ଝାଟି ମାଟି କାନ୍ଥ,
ଲାଉଡ଼ଙ୍କ ଡଙ୍କେଇ ଥାଉ
ଛପର ଚାଳରେ-
ସତ୍ୟଜିତଙ୍କର ପଥେର ପାଞ୍ଚାଲିର
ବସାଣ ଘର ପରି
ଉଜୁଡ଼ି ନ ଯାଉ ସାମାନ୍ୟ ଝଡ଼ରେ
ସ୍ୱପ୍ନିଳ ସଂସାର- ହରିହରଙ୍କର ।

ଘରଦିନେ ଆଙ୍କିଥିଲେ
ଭୀମଭୋଇ, ବଳରାମ, ଅଚ୍ୟୁତ, ଅନନ୍ତ
ଶୂନ୍ୟଘର, ବ୍ରହ୍ମାଣ୍ଡ ଭୂଗୋଳ,
ସେ ଘରର ନଥିଲା ନକ୍ସା
କିମ୍ୱା ରଙ୍ଗର ପ୍ରାଚୁର୍ଯ୍ୟ
ଶବ୍ଦ ଓ ଭାବରେ
ବାନ୍ଧିଥିଲେ ପୁନଶ୍ଚ ସଂସାର ।

ତିନୋଟି ଘରର ନକ୍ସା
ବେଶ୍ କରି ଦେଖି ନିଅ,
ପରଖି ନିଅ ସୁଧିଜନେ ।
ଘର ବସାଣରେ ମଗ୍ନ ଯେତେ
ସଂସାରୀ ପ୍ରବର,
କେଉଁ ଘରେ ବସା ବାନ୍ଧିବ ?
ଇଟା, ବାଲି, ସିମେଣ୍ଟର କଂକ୍ରିଟ୍ ଜଙ୍ଗଲେ
ନା ଚିତ୍ରଘରେ ?
ନା ମୂଳଦୁଆ ନଥିବ ଶୂନ୍ୟ ଭୂଗୋଳରେ ।

ଲୋକପ୍ରିୟ ଲେଖା

To Top