କବିତା

ଦରିଦ୍ର

Odia Writer Anupam Behera

ଯିଏ ଉତ୍ତର ଦେଇପାରେନା
ମୁଁ ତା’ ପାଇଁ ଗୋଟେ ପ୍ରଶ୍ନ ।
ଆଉ ଯିଏ ପାଇଯାଏ ଉତ୍ତର
ମୁଁ ତା’ ପାଇଁ ଅସମ୍ପୂର୍ଣ୍ଣ ।।

ଦରିଦ୍ର

ଯିଏ ମୋତେ ବୁଝିପାରେନା
ମୁଁ ତା’ ପାଇଁ ଗୋଟେ ରହସ୍ୟ ।
ହେଲେ ଯିଏ ମୋତେ ବୁଝିଯାଏ
ମୁଁ ତା’ ପାଇଁ ଖାଲି ଅଟ୍ଟହାସ୍ୟ ।।

ଯିଏ ଉତ୍ତର ଦେଇପାରେନା
ମୁଁ ତା’ ପାଇଁ ଗୋଟେ ପ୍ରଶ୍ନ ।
ଆଉ ଯିଏ ପାଇଯାଏ ଉତ୍ତର
ମୁଁ ତା’ ପାଇଁ ଅସମ୍ପୂର୍ଣ୍ଣ ।।

ଯିଏ ମୋ ଅବସ୍ଥା ଜାଣିନି
ମୁଁ ତା’ ପାଇଁ ଅଭଦ୍ର ।
କିନ୍ତୁ ଯିଏ ହୃଦୟଙ୍ଗମ କରେ ମୋତେ
ମୁଁ ତା’ ପାଇଁ ଦରିଦ୍ର ।।

ଲୋକପ୍ରିୟ ଲେଖା

To Top