କବିତା

ଦର୍ପଣ

Niranjan Jena's odia poem Darpana

ଦର୍ପଣ ଛାତିକୁ
ପଥରରେ ଭାସି ଉଠିଲା ଚମତ୍କାର ଶବ୍ଦ
ମାଟିରେ ପଡ଼ି ରହିଲା
କାଚର କଙ୍କାଳ ।

ଦର୍ପଣ

ହିଂସ୍ରତାର ମୁହଁ ଦେଖିବିନି ବୋଲି
ଫିଙ୍ଗିଦେଲି ଛୋଟ ପଥରର ଶିଳା
ଦର୍ପଣ ଛାତିକୁ
ପଥରରେ ଭାସି ଉଠିଲା ଚମତ୍କାର ଶବ୍ଦ
ମାଟିରେ ପଡ଼ି ରହିଲା
କାଚର କଙ୍କାଳ ।
ସେହି ଭଙ୍ଗା କାଚ ଭିତରେ
ଏଥର ଅନେକ, ଅନେକ ମୁହଁ
ଜଣେ ଛାୟା ପୁରୁଷ ମୃଦୁ ହସରେ କହିଲେ-
ତୁମେ ଥରୁଟିଏ ହସହସ ମୁହଁରେ
ମୋତେ ଦେଖ ତ
ପାଇଯିବ ସଠିକ୍ ଉତ୍ତର !

ଲୋକପ୍ରିୟ ଲେଖା

To Top