କବିତା

ଦର୍ପଣ

Saswati Pati's odia poem Darpana

ଦର୍ପଣ ଆଗରେ ଯେବେ ଛିଡା ହୋଇଲି
ନିଜକୁ ରହିଲି ଚାହିଁ ।
ଦର୍ପଣ ଆଖିରୁ ଲୁହ ଝରିଗଲା ହେଲେ ପୋଛି ମୁଁ ପାରିଲି ନାହିଁ ।

ଦର୍ପଣ

ଦର୍ପଣ ଆଗରେ ଯେବେ ଛିଡା ହୋଇଲି
ନିଜକୁ ରହିଲି ଚାହିଁ ।
ଦର୍ପଣ ଆଖିରୁ ଲୁହ ଝରିଗଲା ହେଲେ ପୋଛି ମୁଁ ପାରିଲି ନାହିଁ ।

ଦର୍ପଣ କହିଲା,
କିଛି ପ୍ରଶ୍ନ ଆଜି ପଚାରୁଛି ତତେ
ଦବୁ ତୁ ଉତ୍ତର ମତେ
ଜୀବନକୁ ତୋର ଭଲ ପାଉନୁ କି
ଖେଳାଉ ଲୋକଙ୍କ ହାତେ

ନିଜର ଭାବନା କେବେ କହିଛୁ କି
କାହା ଆଗେ ମୁହଁ ଖୋଲି
ଅନ୍ୟର ଖୁସିକୁ ସବୁବେଳେ ଦେଖୁ
ହସିବା ଗଲୁଣୁ ଭୁଲି ।

ସମସ୍ତଙ୍କ ପାଇଁ ଦୟା ଭରିଅଛୁ ଛୋଟିଆ ମନରେ ତୋର
ହେଲେ ଦୟା ତୋର ଆଜି ଦାବି ରୂପ ନିଏ
କେମିତି ସହିବୁ ଦାବିର ଭାର ।

ମୁହଁକୁ ବୁଲାଇ ଫେରି ଟି ଯାଆନି
ଉତ୍ତର ମାଗୁଛି ତତେ
ନିଜ ଖୁସିକୁ ତୁ ଟେକି ଦେଉଛୁ କି ଅନ୍ୟର ଇଚ୍ଛାର ହାତେ ?

କେବେ କେବେ ମୁଁ ଖୁସି ହୋଇଯାଏ
ଯେବେ ଓଠରେ ତୋ ହସ ଦେଖେ
ହେଲେ ଆଜିକାଲି ହସ ବି ତୋହର
ଅନ୍ୟର ସ୍ୱାର୍ଥର ପାଖେ

ସଭିଙ୍କ ଦୁଃଖର ସାହାରା ବନୁଛୁ
ଆଉ କିଛି ଲୁଚାନି ତୁ ମତେ
ନିଜ ଦୁଃଖ ବେଲେ କାହାକୁ ନ ପାଉ
ଲୁହ ପୋଛୁ ନିଜ ହାତେ

ତୋ ସହାନୁଭୁତିର ପ୍ରତି ବଦଳରେ
କିଛି ମିଳିବନି ତତେ
ନିଜ ଖୁସି ଆଉ ନିଜର ଇଚ୍ଛାରେ
କେହି ନ ରୁହନ୍ତି ସାଥେ ।

ଦର୍ପଣ ଟିଏ ତତେ କହୁଛି ବୋଲିରେ
ଶୁଣୁନୁ କଥାକୁ ମୋର

ହେଲେ ମନେ ରଖିଥିବୁ
ଦର୍ପଣ ତ କେବେ ମିଛ କୁହେ ନାହିଁ
କଥା ହେଉ ପଛେ ମୋର ତୀର ।

ଲୋକପ୍ରିୟ ଲେଖା

To Top