କବିତା

ଦୀପଟେ ଯଥେଷ୍ଟ

Annapurna Mohanty's odia poem Deepate Jatheshta

ବିସ୍ମୟ ବିସ୍ତୃତି ଏବେ
ଦୂରଛାଡ଼, ରାଣ ପରିଧିରୁ
ପଳାତକ ଅପରାଧି ପରି
ଛାଡ଼ିଯାଏ ଶାଳୀନତା,
ଆଉ ଥିଲା ଯାହା
ଶିକ୍ଷା ସଂସ୍କାରରେ !

ଦୀପଟେ ଯଥେଷ୍ଟ

ଶବ୍ଦଟିଏ ନ ଆଣି ଓଠକୁ
ଅନେକ କହିବା ଲୋକ ଭିତରେ
ସ୍ଥିତି ତମ ଦେଖି
ମୁଁ ଜଳିଯାଏ ସରମରେ ତ
ସଙ୍କୋଚରେ ।

କାହିଁକି ହେଲା ଏପରି
ଆଜି ଆଉ ପ୍ରଶ୍ନ ନାହିଁ
ହୋଇ ପାରିଲା ଏମିତି
ପଥର ଜଳିଯାଏ
ନିଆଁ ଲାଗି,
ଶୁଖିଲା ପତର ପରି
କଥା ଯେଉଁ ପରି  ! !

ବିସ୍ମୟ ବିସ୍ତୃତି ଏବେ
ଦୂରଛାଡ଼, ରାଣ ପରିଧିରୁ
ପଳାତକ ଅପରାଧି ପରି
ଛାଡ଼ିଯାଏ ଶାଳୀନତା,
ଆଉ ଥିଲା ଯାହା
ଶିକ୍ଷା ସଂସ୍କାରରେ !

କୋଉ ନୂଆ କଥା କି ଇଏ ?
କହି ଯିଏ ହସିଦିଏ
କୁଟିଳ ମୁଦ୍ରାରେ ।

କହିପାରେ ନାହିଁ ସିନା
ଛାତି ଭିତର ମଞ୍ଜଟା
ଥରିଯାଏ, ବୁଡ଼ିଯାଏ
ଅପମାନ କାଳିମାରେ !

ଅନେକ କାନ୍ଧରେ ତମ
ଶୋଷର ସମୁଦ୍ର
ତମେ ବେଶ୍ ହାଲ୍କା ଫୁଲୁକା
ହସି ଦେଖ ସୋରିଷର
ଫୁଲଝୁଲା କ୍ଷେତ !
ଏସବୁ ଦେଖି ହୁଏ ନାହିଁ
ସହିବା, କହିବା ଦାୟିତ୍ୱ ଧରି
ଏଠି ବି ବଞ୍ଚି ହୁଏ ନାହିଁ ।

ଶବ୍ଦଟେ ଓଠକୁ
ନ ଆଣିଛ ତ ନାହିଁ
ମାଡ଼ି ଆସିଲା ବେଳେ
ବିପଦ, ବିପର୍ଯ୍ୟୟ
ମୋତେ ସମର୍ପି ଦେଇପାର
ସବୁ ଦୋଷ
ବିନା ବାକ୍ୟ ବ୍ୟୟରେ
ନେବି ମୁଁ ମୁଣ୍ଡେଇ ।

ମୁଁ ବୁଝେଇ ସାରିଛି ମନକୁ
ସମୟ କିଛି ରଖିବନି
ଅମାବାସ୍ୟା ଅନ୍ଧକାର
ଯେତେ ଗାଢ଼ ହେଉ
ଦୀପଟିଏ ଯଥେଷ୍ଟ ତା’ ପାଇଁ !

ଲୋକପ୍ରିୟ ଲେଖା

To Top