କବିତା

ଦିଅ ହେ ଦେଖା ପ୍ରଭୁ ତୁମ ଆଶୀର୍ବାଦ ଢାଳି

Deepak Baral's odia poem Dia He Dekhaa Prabhu Tuma Aashirbaad Dhaali

କାହିଁ ନେତ୍ର ନୀର ବହିଯାଏ ନୀତି
ନିଶ୍ୱାସର ଗୁନ୍ଥି ମାଳି
ଦିଅ ହେ ଦେଖା ପ୍ରଭୁ ତୁମ ଆଶୀର୍ବାଦ ଢାଳି…

ଦିଅ ହେ ଦେଖା ପ୍ରଭୁ ତୁମ ଆଶୀର୍ବାଦ ଢାଳି

କ୍ଷୁଦ୍ର ମୁହିଁ ଶାନ୍ତ ଅସୀମ ତୁମେ ପରା
ଲାଜେ ସତେ ମୋତେ ନଦିଅ କି ଧରା
ନାହିଁ ମୋର କିଛି ମୁ ଦିନ-ଭିକାରୀ
ଧନ-ମାନ ମୋର ଦେଲଣି ତ ସାରି
ନାହିଁ ମୋ ଗୁମାନ ନାହିଁ ଅଭିମାନ
ଏବେ ଗଲାଣି ମୋ ଚିତ ତରଳି
ଦିଅ ହେ ଦେଖା ପ୍ରଭୁ ତୁମ ଆଶୀର୍ବାଦ ଢାଳି…

ବହୁଦୂର ପ୍ରଭୁ ଆଣିଅଛ ମୋତେ ଶିଖାଇଛ ବହୁ ତତ୍ୱ
ହୃଦୟ ମୋ ପ୍ରସନ ହୋଇଛି ଦେଖି ନୂଆ ନୂଆ ସତ୍ୟ
ତେବେ କାହିଁ ପ୍ରଭୁ ଆଜି ମୁ ଉଦାସ
ବୁଲୁଛି ଏକାକି ଭବେ
କାହିଁ ନେତ୍ର ନୀର ବହିଯାଏ ନୀତି
ନିଶ୍ୱାସର ଗୁନ୍ଥି ମାଳି
ଦିଅ ହେ ଦେଖା ପ୍ରଭୁ ତୁମ ଆଶୀର୍ବାଦ ଢାଳି…

କାହିଁ କି ଧରିଛ କାହିଁ କି ରଖିଛ କି କର୍ମ କରିବି ସତେ
କେଉଁ କର୍ମ ପ୍ରଭୁ ସାଧିବି ଜୀବନେ କହିଦିଅ ବାରେ ମୋତେ
କେଉଁ ଧ୍ରୁବ ତାରା ହେବ ମୋ ଲକ୍ଷ ଧାଇଁବି ତା ପଛେ ପଛେ
ମାଗୁଛି ମୁ ଭିକ୍ଷ୍ୟା ଶୁଣ ମୋ ଅଳି
ଭରି ଦିଅ ମୋ ଶୂନ୍ୟ ଭିକ୍ଷ୍ୟା ଥାଳି
ଦିଅ ହେ ଦେଖା ପ୍ରଭୁ ତୁମ ଆଶୀର୍ବାଦ ଢାଳି…

ଲୋକପ୍ରିୟ ଲେଖା

To Top