କବିତା

ଦିଗ ହରାର ଚିନ୍ତନ

Minakshi debi's odia poem Diga Haraara Chintana

ପ୍ରତୀକ୍ଷାର ପ୍ରଦୀପ ଯେ ଦିବାରାତି ଜଳୁଥାଏ
ଆଶା କି ଭରସା ନ ମିଳିଲେ କିଛି
ଦୁଃଖ ନାହିଁ ଜୀବନରେ
ନିରାଶା ମରୁରେ ଜଳେ ଯଦି ମନ

ଦିଗ ହରାର ଚିନ୍ତନ

ସୁଖ କି ସପନ ନ ମିଳିଲେ କିଛି ଦୁଃଖ ନାହିଁ ଜୀବନରେ
ମିଳି ଯଦି ହଜେ ସୁଖ କି ସପନ ଲାଭ ନାହିଁ ଜୀଇଁବାରେ ।

ସବୁ ରାତିରେ ନ ଥାଏ ଜୋଛନାର ଭରାରୂପ
ସବୁରି ଭାଗ୍ୟେ ନ ଥାଏ ମଧୁଭରା ପ୍ରୀତିସୁଖ
ପ୍ରେମ କି ପ୍ରଣୟ ନ ମିଳିଲେ କିଛି
ଦୁଃଖ ନାହିଁ ଜୀବନରେ
ମିଳି ଯଦି ହଜେ ପ୍ରିୟାର ପ୍ରଣୟ
ଲାଭ କିବା ଜୀଇଁବାରେ ।

ଆଶାରେ ଆଶାରେ କେତେ ପ୍ରୀତିଫୁଲ ଫୁଟିଯାଏ
ପ୍ରତୀକ୍ଷାର ପ୍ରଦୀପ ଯେ ଦିବାରାତି ଜଳୁଥାଏ
ଆଶା କି ଭରସା ନ ମିଳିଲେ କିଛି
ଦୁଃଖ ନାହିଁ ଜୀବନରେ
ନିରାଶା ମରୁରେ ଜଳେ ଯଦି ମନ
ଲାଭ କିବା ଜୀଇଁବାରେ !

ଲୋକପ୍ରିୟ ଲେଖା

To Top