କବିତା

ଦୁହିତା

Pritiprajna Mohapatra's odia poem Duhita

ବାପା ମାଆଙ୍କର ଅଳିଅଳୀ ସିଏ
ଭାଇ ପାଇଁ ସେ ଯେ ଜଗତଜୀତା
ଦୁହିତା. . . ଦୁଇ କୂଳକୁ ସେ ହିତା ।।

ଦୁହିତା

ଜନମ ନିଏ ସେ ଘରେ ସାଜି ଲକ୍ଷ୍ମୀ
ସତେ କି ମାଆର ମମତା
ଦୁହିତା. . . ଦୁଇ କୂଳକୁ ସେ ହିତା ।।

ସାରା ଦୁନିଆଁଟା ହସି ଉଠେ ସତେ
କୁନି ଓଠେ ଯେବେ କୁହେ ସେ କଥା
ଦୁହିତା. . . ଦୁଇ କୂଳକୁ ସେ ହିତା ।।

ବାପା ମାଆଙ୍କର ଅଳିଅଳୀ ସିଏ
ଭାଇ ପାଇଁ ସେ ଯେ ଜଗତଜୀତା
ଦୁହିତା. . . ଦୁଇ କୂଳକୁ ସେ ହିତା ।।

ପର ଘରକୁ ଯେ ନିଜର କଲେ
ସବୁ ଦୁଃଖ ସହେ ପୋତି ସେ ମଥା
ଦୁହିତା. . . ଦୁଇ କୂଳକୁ ସେ ହିତା ।।

ବାପା ମା’ ଭାଇ ସଭିଁଙ୍କୁ ତ୍ୟାଗଇ
କିଏ ସେ ବୁଝିବ ତା’ ମନ ବ୍ୟଥା
ଦୁହିତା. . . ଦୁଇ କୂଳକୁ ସେ ହିତା ।।

ପତ୍ନୀ ସାଜି ସିଏ କେତେ ସେବା କରେ
ସ୍ୱାମୀ ତା’ ପାଇଁ ଦେବତା
ଦୁହିତା. . . ଦୁଇ କୂଳକୁ ସେ ହିତା ।।

ସେ ଦୁହିତା ପୁଣି ମା’ ସାଜେ ଦିନେ
ଏଇ କଥା ମନେ ରଖିଥା’
ଦୁହିତା. . . ଦୁଇ କୂଳକୁ ସେ ହିତା ।।

ଲୋକପ୍ରିୟ ଲେଖା

To Top