ଭାବୁଥିଲି ତୁମ ଫଟୋ ସହ
ଦୁଇପଦ କଥା ହବାକୁ
ହେଲେ ସେ ଫଟୋରୁ
ତୁମେ ଏମିତି ଦେଖିଲ
ଏବେ ପର୍ଯ୍ୟନ୍ତ ବସିଛି
ଚୁପ ଚାପ ହୋଇ
ଯେମିତି ବର୍ଷ ବର୍ଷ ଧରି
ଚୁପ ରହିଗଲି
ଆଉ ତୁମେ ଏମିତି ହିଁ ଚାଲିଗଲ
ଦୂରକୁ ବହୁତ ଦୂରକୁ
ଭାବୁଥିଲି ତୁମ ଫଟୋ ସହ
ଦୁଇପଦ କଥା ହେବାକୁ
କିଛି ମୁହୂର୍ତ୍ତ ପାଇଁ ହେଉପଛେ
ଆଜି ଯେପରି ମୁଁ ଚୁପ ରହିଯାଏ
ଭାବୁଥିଲି ଫୁଲେଇ ଜହ୍ନ ସହ
ଦୁଇ ପଦ କଥା ହେବାକୁ
ହେଲେ ତାର ଜୋଛନାରେ
ଚାଲିଗଲି କେଉଁ ଦୂର ଆକାଶକୁ
ହଜିଗଲି ମୁଁ ନିଜେ
ଅତୀତର ସେଇ ସ୍ମୃତିରେ
ଯେମିତି ପ୍ରଥମ ଥର
ହଜି ଯାଉଥିଲି ମୁଁ
ସମ୍ମୋହିତ ହୋଇଯାଇଥିଲି
ଚାହିଁ ଦେଲା ପରେ ସେ ଆଖି ଦୁଇଟିକୁ
ଭାବୁଥିଲି ଫୁଲେଇ ଜହ୍ନ ସହ
ଦୁଇ ପଦ କଥା ହେବାକୁ
ଅତୀତର ସେଇ ସ୍ମୃତି ରେ
ଆଜି ଯେପରି ମୁଁ ହଜି ନ ଯାଏ …