କବିତା

ଦୁଇ ପଇସା

Matrudatta Mohanty's odia poem Dui Paisa

ମନ ନାହିଁ କିମ୍ୱା ଦେହ ନାହିଁ,
ସ୍ୱପ୍ନ ସବୁ ବି ବନ୍ଧା ପଡ଼ିଛି
ଅନ୍ୟ କାହା ପାଖରେ ।
ସତୀ ସୀତା ପ୍ରତିଦିନ ଜଳିଯାଏ
ଯଉତୁକ ଜୁଇରେ ।

ଦୁଇ ପଇସା

ସ୍ୱାଧୀନତା ବଳି ପଡେ଼
ରାତି ଦିନ ଏଠି,
ଦେହ ଚମ ବାଣ୍ଟିଖାଏ ମଣିଷ ରାକ୍ଷସ ।
ପାଦଧୂଳି ଚାଟିଦିଏ କିଏ ଆଉ କାହାର ?

ମନ ନାହିଁ କିମ୍ୱା ଦେହ ନାହିଁ,
ସ୍ୱପ୍ନ ସବୁ ବି ବନ୍ଧା ପଡ଼ିଛି
ଅନ୍ୟ କାହା ପାଖରେ ।
ସତୀ ସୀତା ପ୍ରତିଦିନ ଜଳିଯାଏ
ଯଉତୁକ ଜୁଇରେ ।

କାହା ସ୍ୱପ୍ନର ବାଲିଘରକୁ
ପାଦରେ ଦଳିଦେବାକୁ
ସମୟଟିଏ ବି ଲାଗେନି ।
ସ୍ନେହ ଓ ପ୍ରେମକୁ ବିକି ଦିଆଯାଇ ପାରେ
ଅନ୍ୟ କାହା ପାଖରେ
ମାତ୍ର ଦୁଇ ପଇସା ପାଇଁ ।

କିଏ ଜାଣେ
ଦୁଇ ପଇସାରେ ପେଟ ପୂରେକି ନା,
ପୁଣି ଆଉ ଦୁଇ ପଇସା ପାଇଁ
ବିକ୍ରି ହୁଏ ମଣିଷ ପଣିଆ ।
ଏମିତି ସବୁ ସରିଗଲା ପରେ
ଦୁଇ ପଇସାର ଅଭାବ କିନ୍ତୁ ସରେନା
ସରିଯାଏ ମଣିଷର ଦେହ
ହେଲେ ଅଭାବଟା ସରେନା ।

ଲୋକପ୍ରିୟ ଲେଖା

To Top