କବିତା

ଏ ଜୀବନ

Bijaya Kumar Senapati's Odia Poem E Jeebana

ଜୀବନଟା ଯଦି ଶେଫାଳିର ଫୁଲ, ହସି ହସି ଫୁଟି ଉଠିବି
ରାତିରେ ଫୁଟି ମୁଁ ରାତିରେ ଝଡିଲେ, ମନଉଣା କାଇଁ କରିବି?
ଦିଘଡ଼ି ଜୀବନେ ବାସନା ବିତରି ଜନମନ ମୋହି ପାରିବି ;
ଜୀବନଟା ଯଦି ଶେଫାଳିର ଫୁଲ, ହସି ହସି ଫୁଟି ଉଠିବି ।

ଏ ଜୀବନ

ଜୀବନଟା ଯଦି ମରୁଭୂମି ହୁଏ, କଦାପି ନ ଡରି ଚାଲିବି
ମରୁଝରଣାର ଫୁଆର ଫିଟାଇ, ଶୁଷ୍କମରୁ କୁ ଶସ୍ୟଶ୍ୟାମଳା କରିବି ;
ମରୁମରିଚିକା ଝଲସା ଏଡ଼ାଇ ଗନ୍ତବ୍ୟ ପାଠ ଧରିବି
ଜୀବନ ଟା ଯଦି ମରୁଭୂମି ହୁଏ, କଦାପି ନ ଡରି ଚାଲିବି ।

ଜୀବନଟା ଯଦି ବୈତରଣୀ ନଈ, ତଥାପି କାହିଁକି ଡରିବି ?
ଆଶା ବୋଇତରେ ଧୈର୍ଯ୍ୟ ଆହୁଲା, ମାରି ମାରି ପାରି କରିବି ,
ଭରା ନଈ ସୁଅ ଏଡ଼ାଇ ଏଡ଼ାଇ, ଧୀରେ ଧୀରେ ଆଗେ ବଢ଼ିବି
ଜୀବନଟା ଯଦି ବୈତରଣୀ ନଈ, ତଥାପି କାହିଁକି ଡରିବି ?

ଜୀବନଟା ଯଦି ଶେଫାଳିର ଫୁଲ, ହସି ହସି ଫୁଟି ଉଠିବି
ରାତିରେ ଫୁଟି ମୁଁ ରାତିରେ ଝଡିଲେ, ମନଉଣା କାଇଁ କରିବି?
ଦିଘଡ଼ି ଜୀବନେ ବାସନା ବିତରି ଜନମନ ମୋହି  ପାରିବି ;
ଜୀବନଟା ଯଦି ଶେଫାଳିର ଫୁଲ, ହସି ହସି ଫୁଟି ଉଠିବି ।

ଜୀବନଟା ଯଦି ଯୁଧ୍ୟ ହୁଏ,ମୁଁ ଶଙ୍କା କାହିଁକି କରିବି ?
ଅର୍ଜୁନ ପରି ଗାଣ୍ଡିବ ତୋଳି, ଶତ୍ରୁ ସହିତ ଲଢ଼ିବି
ବୀର ମରେ ଅବା ମାରେ କରି ରଣ, ମନରେ ମନରେ ହେଜିବି;
ଜୀବନଟା ଯଦି ଯୁଧ୍ୟ ହୁଏ,ମୁଁ ଶଙ୍କା କାହିଁକି କରିବି ?

ଜୀବନଟା ଯଦି ହିମାଳୟ ହୁଏ ତଥାପି ନିର୍ଭୟେ ଚଢ଼ିବି
ଝଡ ଝଞ୍ଜା ସବୁ ସାମ୍ନା କରି ମୁଁ ଆଗକୁ ଆଗକୁ ବଢ଼ିବି
ବିଶ୍ୱାସ ମୋର ନିଶ୍ଚୟ ଦିନେ ଚୁଡାରେ  ପତାକା ମାରିବି;
ବିଶ୍ୱାସ ମୋର ନିଶ୍ଚୟ ଦିନେ ଚୁଡାରେ  ପତାକା ମାରିବି ।

 

ଲୋକପ୍ରିୟ ଲେଖା

To Top