କବିତା

ଏ ତ ପାଗଳର ପୃଥିବୀ

Nishikanta Padhi's Odia Poem E TA PAAGALARA PRUTHIBI

କବି ଲେଖେ ବସି କବିତାର ଧାଡ଼ି ଶବ୍ଦ ହୁଏନା ବୁଝି
ବୁଝିଲା ଶବଦ କବିତା ଧାଡ଼ିରୁ ଗଲାଣି ତ ପରା ହଜି
ସାହିତ୍ୟରେ ଆଉ ରହୁନାହିଁ ଏବେ ଦେଶ ସମାଜର ବାର୍ତ୍ତା
ସାହିତ୍ୟର ପୃଷ୍ଠା କହୁନାହିଁ ଆଉ ମଣିଷ ଜୀବନ କଥା
ସମ୍ୱର୍ଦ୍ଧନା ଆଉ ପରୁସ୍କାର ପାଇଁ ଚାଲେ
ଟଙ୍କା ପଇସାର ଦାବି
ଭାଇ ଏ ତ ପାଗଳର ପୃଥିବୀ ।

ଏ ତ ପାଗଳର ପୃଥିବୀ

ଶିକ୍ଷାରେ ଆଉ ରହୁନାହିଁ ଆମ ଗୁଣ, କର୍ମ ଆଉ ମାନ
ଶିକ୍ଷାରେ ଆଜି ମିଳୁ ନାହିଁ କାହିଁ ଜୀବନର ଦରଶନ
ଶିକ୍ଷା ଆହରଣ କରେ ଏ ମଣିଷ କରିବା ପାଇଁ ଚାକିରୀ
ଶିକ୍ଷିତ ମଣିଷ ସାଜୁଅଛି ଆଜି କଳା ବଜାରୀ ବେପାରୀ
ଆଚରଣ ବିଧି ଚୂଲୀକୁ ଗଲାଣି
ଭକ୍ତି ଭାବେ ପଡ଼ିଲାଣି ଚାବି
ଭାଇ ଏ ତ ପାଗଳର ପୃଥିବୀ ।

ଦେବ ମନ୍ଦିରରେ ବୁଲେ ନାହିଁ ଆଜି ଝୁଣା ଧୂଆଁ ଘିଅ ଦୀପ
ନିଅନ ଆଲୋକେ ମଣିଷ ଧୂଅଇ ମନର ସକଳ ପାପ
ଯନ୍ତ୍ର ବଜାଏ ଘଣ୍ଟ । ଏଠି କ୍ୟାସେଟ୍ ବୋଲଇ ମନ୍ତ୍ର
ପଇସା ନ ଥିଲେ ମିଳେ ନାହିଁ ଏଠି ଆଶୀର୍ବାଦ ବେଲପତ୍ର
ମାନସିକ ଗୁଆ ପୂଜା ପାଇଁ ଚାଲେ
ଟଙ୍କା ପଇସାର ଲବି
ଭାଇ ଏ ତ ପାଗଳର ପୃଥିବୀ ।

କବି ଲେଖେ ବସି କବିତାର ଧାଡ଼ି ଶବ୍ଦ ହୁଏନା ବୁଝି
ବୁଝିଲା ଶବଦ କବିତା ଧାଡ଼ିରୁ ଗଲାଣି ତ ପରା ହଜି
ସାହିତ୍ୟରେ ଆଉ ରହୁନାହିଁ ଏବେ ଦେଶ ସମାଜର ବାର୍ତ୍ତା
ସାହିତ୍ୟର ପୃଷ୍ଠା କହୁନାହିଁ ଆଉ ମଣିଷ ଜୀବନ କଥା
ସମ୍ୱର୍ଦ୍ଧନା ଆଉ ପରୁସ୍କାର ପାଇଁ ଚାଲେ
ଟଙ୍କା ପଇସାର ଦାବି
ଭାଇ ଏ ତ ପାଗଳର ପୃଥିବୀ ।

ଲୋକପ୍ରିୟ ଲେଖା

To Top