କବିତା

ଏକାକୀ

Minati Pradhan's odia poem Ekaakee

ଏକାକୀ
ପାହୁଥିବା ଅସରନ୍ତି ରାତି
ନୀରବତାର ଉଷ୍ମ ତାତି
ମାପି ଚୁପି ପାଦ ବଢାନ୍ତି
ମୋ ଦ୍ଵାର ବାରଣ୍ଡାକୁ |

ଏକାକୀ

ଏକାକୀ
ପାହୁଥିବା ଅସରନ୍ତି ରାତି
ନୀରବତାର ଉଷ୍ମ ତାତି
ମାପି ଚୁପି ପାଦ ବଢାନ୍ତି
ମୋ ଦ୍ଵାର ବାରଣ୍ଡାକୁ ।

ହେମାଳ ଘର ଅଗଣା,
ଜ୍ୟୋତ୍ସ୍ନା ଭିଜା ବାରି ଦୁଆର ,
ମଝି ବାହାର ଟାରେ …….
କେବେ କେମିତି ଜୀବନ ହଜେ,
ଲାଉର ବଢିଲା ଡଙ୍କ ତଳେ
ପିଢା ଉପରେ ଖେଳି ଲୁଚକାଳି ଖେଳ ।

ରାତି ଦିନ, ବର୍ଷା ବିଜୁଳିରେ ଭିଜି
ଘଡଘଡି ଅମା ଅନ୍ଧାର ଛାଇ ଦିଏ
ସବୁଆଡେ ନୀରବତା ଓ ନିର୍ଜନତା …………

ଏକାକୀ ତ ଆଗକୁ ବଢି ବାକୁ ହୁଏ
ଧୁ ଧୁ ଖରା ବେଳକୁ ସାଥେ ନେଇ,
ମେଘୁଆ ଆକାଶର ମେଘାଚ୍ଛାନ୍ନ
ବାଦଲ ସାଥିରେ କେବେ …….

ବେଳେ ବେଳେ ସମୟ କରେ
ତାଚ୍ଛଲ୍ୟ, ଝାପସା ମୁରୁକି ହସରେ …..
ସେ କଣ ବୁଝେ ଏକାକିନୀର ଯନ୍ତ୍ରଣା
ସଂସାର ଜଞ୍ଜାଳ ଓ ଜୀବନ ଯାତ୍ରାକୁ ?

ଅନ୍ତର୍ମୁଖୀ ହେବା ପାଇଁ
ଏକାକୀ ହେବାଟା ନିହାତି ଜରୁରୀ ।
ମନର ମାନଚିତ୍ରର ପୃଷ୍ଠା ଲେଉଟାଇବାକୁ
ନିରେଖିବାକୁ, ପରଖିବାକୁ ନିଜକୁ , ଆଉ
କରିବାକୁ ଅଧ୍ୟାତ୍ମିକତାର ଯାତ୍ରା ! ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top