କବିତା

ଏକାଦଶ କ୍ଷୁଦ୍ର କବିତା

Ramakanta Mishra's odia poem Ekadasha Kshudra Kabitaa

ପ୍ରତ୍ୟେକ କିଛି ନା କିଛି ଚିନ୍ତା ଧରିଛନ୍ତି
ଏ ସଂସାରେ କେହି ଚିନ୍ତା ବିହୀନ ନୁହନ୍ତି
ନିଜ ଚିନ୍ତା ନିଜେ ଆମେ କରିଛୁତ ସୃଷ୍ଟି
ନିଜେ ଚେଷ୍ଟା କଲେ ସେଥିରୁ ମିଳିବ ମୁକ୍ତି ।

ଏକାଦଶ କ୍ଷୁଦ୍ର କବିତା

ତୃପ୍ତି

ଯେତିକି ଦେଇଛ ପ୍ରଭୁ ହେ ! ସବୁତ ତୁମର
ମନରେ କିଛି ଆବିଳତା ନାହିଁ ତ ମୋହର
ଯାହା ମୋର ଦରକାର ସବୁତ ଦେଇଛ ମତେ
ଯାହା ମିଳି ନାହିଁ ତାହା ଦରକାର ନାହିଁ ସେତେ
ସେତିକି କୃପା ଥାଉ ଅସୀମ ତୃପ୍ତି ମୋ ମନରେ ।

ଗଛ ଓ ପାଣି

ମାଆ ପଛେ ଛାଡି ଦେବ ତା କୋଳ
ମାଟି ମା କିନ୍ତୁ କରେନି ଅନ୍ତର
ମାଟି ମାଆକୁ କରିବାକୁ ରକ୍ଷା
ଗଛକୁ ଦେବାକୁ ହେବ ସୁରକ୍ଷା
ଗଛ ଚେର ମାଟିକୁ ରଖେ ଟାଣି
ରଖିବା ମହତ୍ୱ ଗଛ ଓ ପାଣି ।

ମୁକ୍ତି

ପ୍ରତ୍ୟେକ କିଛି ନା କିଛି ଚିନ୍ତା ଧରିଛନ୍ତି
ଏ ସଂସାରେ କେହି ଚିନ୍ତା ବିହୀନ ନୁହନ୍ତି
ନିଜ ଚିନ୍ତା ନିଜେ ଆମେ କରିଛୁତ ସୃଷ୍ଟି
ନିଜେ ଚେଷ୍ଟା କଲେ ସେଥିରୁ ମିଳିବ ମୁକ୍ତି ।

ପୁରୁଷାର୍ଥ

ଦୁଇ ହାତେ ଦଶ ପଟ ମୁଦି ,
ବେକରେ ତାବିଜ ମାଳି ପିନ୍ଧି
ଭାବିବ ଗ୍ରହଦୋଷ କଟିଯିବ ,
ଭାଗ୍ୟ ସବୁ ଆପେ ଜୁଟି ଯିବ
ସୁପ୍ତ ସିଂହ ମୁହଁରେ ହରିଣ ,
ପଡେନି ନିଜେ ଲାଗେ ଶ୍ରମ କଠିଣ
ଦୂର କରି ନିଜ ସବୁ ସ୍ୱାର୍ଥ
କରି ଚାଲ ସଂସାରେ ପୁରୁଷାର୍ଥ ।

ଧର୍ମଘଟ

ଧର୍ମଘଟ କରିବା ପାଳନ
ସମସ୍ୟାର ନୁହେଁ ସମାଧାନ
ପାଇଥିଲୁ ଆମେ ସ୍ୱାଧୀନତା
ମିଳିଥିଲା ତ ସ୍ୱେଛାଚାରିତା
ଅନ୍ୟଂକ ପ୍ରତି ମାନସିକତା
ସୃଷ୍ଟି ହେଲା ଭେଦ ଓ ଦୂରତା ।

ବ୍ୟକ୍ତିତ୍ୱ

ବ୍ୟକ୍ତି ନୁହେଁ ବ୍ୟକ୍ତିତ୍ତ୍ୱକୁ ପୂଜା କର
ବ୍ୟକ୍ତି ମଧ୍ୟେ ଅନେକ ଗୁଣ ଆଉ ଅବଗୁଣ
ବ୍ୟକ୍ତିତ୍ୱ ହିଁ ସର୍ବ ଗୁଣ ର ଆଧାର
ବ୍ୟକ୍ତିତ୍ୱ କୁ ଚିହ୍ନି କର ସଭିଂକୁ ଆଦର ।

କାହା ସ୍ୱାର୍ଥରେ ?

ବୁଲେଟ୍ ଆଉ ବାରୁଦ୍ ର ନାହିଁ ଆଖି କାନ
ତାକୁ ଯେ ଚଳାଏ ତାର ଅଛି ମସ୍ତିଷ୍କ ଆଉ ମନ
ଏ ହୃଦୟ ବିଦାରକ ଦୃଶ୍ୟ ସବୁ କାହିଁକି ହେଉଛି ?
ବିନା କାରଣରେ ନିର୍ଦୋଷ ଲୋକ କାହିଁକି ମରୁଛି ?
କାହିଁକି ଏ ରକ୍ତର ହୋରି , କାହା ସ୍ୱାର୍ଥରେ ଏ ସବୁ ?

ଗ୍ରହଣ

ଗତ ଜୀବନର କିଛି ଘଟଣା ଗ୍ରହଣ ପରି ଲାଗି ରହିଥାଏ
କିଏ କହୁ ବା ନ କହୁ ନିଜ ଅଂତରାତ୍ମା ସତ କହିଥାଏ
ହସ ପଛର ଲୁଚି ରହିଥିବା କାଂଦ ହସୁଥିବା ଲୋକକୁ ଜଣା
ମନ ଭରି କାଂଦି ନେବାକୁ ଦିଅ ଥରେ ଗତ ଗ୍ରହଣ ହେଉ ଉଣା ।

ସ୍ମୃତି

ଆମ ସଂଗେ ଜନ୍ମ ହୋଇ ଥିଲା ଛାଇ ଆମର
ପରେ କିନ୍ତୁ ଭରି ଚାଲିଲା ସ୍ମୃତିର ସଂଭାର
ମନର ଗହିର କୋଣେ ପୁରି ରହେ ସ୍ମୃତି
ଛାଡେ ନାହିଁ ଥିବା ଯାଏ ଜୀବନ ର ସ୍ଥିତି ।

କସ୍ତୁରୀ

କସ୍ତୁରୀ ଅଛି ଆମ ଭିତରେ
ଆମେ ଖୋଜି ବୁଲୁ ବାହାରେ
ଭିତର ଅଞାନ କୁ କରି ଦୂର
ଅନ୍ତର୍ଦୃଷ୍ଟି କୁ କଲେ ପ୍ରଖର
କସ୍ତୁରୀ ର ସୁଗନ୍ଧ ଭରି ଯିବ
ଆତ୍ମ ନାଭିର ସୁଗନ୍ଧରେ ଆତ୍ମହରା ହେବ ।

ଭଲ ସମୟ

ଭଲ ସମୟ ନିଃଶବ୍ଦରେ
ପାଖ ଦେଇ ପଳାଇ ଯାଏ
ଚିଂହି ନ ପାରିଲେ ତାକୁ
ଆଉ ସେ ଫେରେନି ପାଖକୁ ।

ଲୋକପ୍ରିୟ ଲେଖା

To Top