କବିତା

ଏମାନେ ସମସ୍ତେ ଭାରତୀୟ

Dr Dilip Kumar Swain's odia poem Emaane Samaste Bhaaratiya

ସର୍ବଶିକ୍ଷାର ଭାତ, ଡାଲି ଖାଇ
ଦଳଦଳ ପିଲାମାନେ
ମାଗିବାକୁ ଯାଇଛନ୍ତି ଭିକ
ଭୋକର ତାଟିଆରେ କିଛି ନ ଥାଏ ଫେରିବାବେଳେ
ଲୁହ ଟୋପାଏ !

ଏମାନେ ସମସ୍ତେ ଭାରତୀୟ

ଭାରତ ଉଦୟ ହୋଡ଼ିଙ୍ଗ୍ ତଳେ
ଡଷ୍ଟବିନ୍
ଭୃଣମାନଙ୍କର କଙ୍କାଳ !

ସର୍ବଶିକ୍ଷାର ଭାତ, ଡାଲି ଖାଇ
ଦଳଦଳ ପିଲାମାନେ
ମାଗିବାକୁ ଯାଇଛନ୍ତି ଭିକ
ଭୋକର ତାଟିଆରେ କିଛି ନ ଥାଏ ଫେରିବାବେଳେ
ଲୁହ ଟୋପାଏ !

ରାସ୍ତାକଡ଼ରେ ପିଚୁ ତରଳଉଚି ମା’
ବାପା ତମେ ରାସ୍ତାରେ ଢଳା ହେଉଥିବା ପିଚୁ
ଆମ ବୁନିଆଦିର କଳା ଟକ୍‌ମକ୍ ରକ୍ତ ଏ ପିଚୁ
ଏ ରକ୍ତ ତମର
ଲୁହ ତମର
ଖାଲିଯା’ ଏ ରାସ୍ତା ଆମର ନୁହେଁ !

ଚାଉଳ, ଚିନି, ଜବ୍‌କାର୍ଡ
ବନ୍ଧାପଡ଼ିଚି ୱାର୍ଡମେମ୍ୱର ଘରେ
ତା’ ଭାଗ୍ୟ ବଦଳେଇବାକୁ
ଏବେ ବୁହା ହୋଇଯାଇଥିଲା ଭୁବନେଶ୍ୱର
ଜିନ୍ଦାବାଦ୍, ଜୟହିନ୍ଦ୍ ଗାଉ ଗାଉ
ବାଜିଲା ପୋଲିସ୍‌ବାବୁଙ୍କ ପାହାର !

ତମେ ଲୁହ ନେଇ ଯାଇଥିଲ ପରା
ଫେରିଲ ରକ୍ତ ଟୋପାଏ ହୋଇ !

ଟ୍ରକ୍‌ଡାଲାରେ ବସିଥିବା ସନାତନ
କିଶାନ କାଣ୍ଡି, ବାବୁ ମାରାଣ୍ଡି
ଏମାନେ ସମସ୍ତେ ଭାରତୀୟ !

ଭାରତ ଉଦୟ ବହିରେ ଏମାନଙ୍କ ନାଁ ନାହିଁ
ଏମାନେ ଭାରତୀୟ !

ଲୋକପ୍ରିୟ ଲେଖା

To Top