କବିତା

ଈଶାନୀ

Sagaria Abhiram's odia poem Eshaani

ତୋ ଚାହାଣୀରେ ଅଛି ବହୁ ଧାର
ଚଲଉଚି ପୁରା ପ୍ରେମ ତୀର
ଦରମରା ମୁଁ ହୋଇ ସାରିଲିଣି
ଆଉ ମାରେନି
ଈଶାନୀ ଲୋ ଈଶାନୀ …
ପ୍ରେମ ମଲମ ତୁ ଲଗେଇ ଦେ
ମୋ ଜୀବ ଗଲାଣି
ଈଶାନୀ ଲୋ ଈଶାନୀ ।

ଈଶାନୀ

ଈଶାନୀ ଲୋ ଈଶାନୀ …
ତୁ ସେମିତି ଜମାରୁ ଚାଲେନି .
ତୋ ଚାଲିରେ ଅଛି ଶହେ ଦୋଷ
ବଢ଼ଉଚି ମୋର ପ୍ରେମ ଶୋଷ
ଆରେ ତୁ ଚାଲୁଥିଲେ ରାଜ ରାସ୍ତାରେ
ଆଉ କାହାକୁ ଚାହିଁବାକୁ ଇଚ୍ଛା ହଉନି
ଈଶାନୀ ଲୋ ଈଶାନୀ …
ତୋ ବତକ ମାର୍କ ଚାଲି ସେତିକି ଥାଉ
ଆଉ ଦେଖାନି
ଈଶାନୀ ଲୋ ଈଶାନୀ
ତୁ ସେମିତି ଯମାରୁ ଚାହାଁନି ।

ତୋ ଚାହାଣୀରେ ଅଛି ବହୁ ଧାର
ଚଲଉଚି ପୁରା ପ୍ରେମ ତୀର
ଦରମରା ମୁଁ ହୋଇ ସାରିଲିଣି
ଆଉ ମାରେନି
ଈଶାନୀ ଲୋ ଈଶାନୀ …
ପ୍ରେମ ମଲମ ତୁ ଲଗେଇ ଦେ
ମୋ ଜୀବ ଗଲାଣି
ଈଶାନୀ ଲୋ ଈଶାନୀ ।

ଲୋକପ୍ରିୟ ଲେଖା

To Top