କବିତା

ଗାଉଁଲୀ ଝିଅ

Prakash Sahoo's odia poem Gaaunli Jhia

ଗାଉଁଲୀ ଝିଅ ସେ
ଗାଁ’ର ସେ ଅତି ଗେହ୍ଲେଇ
କେମିତି ଛାଡିବ ବାପଘର
ଯିବ କି ସେ ଶାଶୂଘର
ଆର ଗାଁ ଟୋକାଙ୍କ
ଏ ଗାଁ ରେ ହୁଏ ଭିଡ଼
ତାକୁ କରିବାକୁ ଅତି ନିଜର

ଗାଉଁଲୀ ଝିଅ

ଗାଉଁଲୀ ଝିଅ ସେ
ଭାରି ସଂସ୍କାରି
ପିନ୍ଧୁ ଥାଏ ସେ ନିତି
ସୂତା ଛପା ଶାଢ଼ୀ
ହାତେ ପାଣି କାଚ ଚୁଡି
ମଥାରେ ଟିକିଲି
କାନରେ ଝୁମୁକା
ପାଦରେ ପାଉଁଜି ଯୋଡି

ଗାଉଁଲୀ ଝିଅ ସେ
ଗାଁ ଦାଣ୍ଡେ ବୁଲେ
ଖାଲି ମନ ଖୋଲି ହସି
ତା ଖୁସିକୁ ଦେଖି
ଧରଣୀ ବି ଦିଏ ହସି
ତା ମୁଣ୍ଡର ମଲ୍ଲୀ ଗଜରା
ମହକିତ କରେ
ମନକୁ କରେ ବାସୀ

ଗାଉଁଲୀ ଝିଅ ସେ
ନୁହେଁ ସେ ଗୋରୀ
କି ନୁହେଁ ସେ ସୁନ୍ଦରୀ
ହୋଇଥାଏ ଶ୍ୟାମଳି
ରୂପରେ ସେ ତନୁ ପାତଳୀ
ମୁଣ୍ଡେ ଲମ୍ବା ବେଣୀ
ଆଉ ସରମ ଚାହାଣି
ହୃଦୟକୁ ନିଏ ଟାଣି

ଗାଉଁଲୀ ଝିଅ ସେ
ଗାଁ’ର ସେ ଅତି ଗେହ୍ଲେଇ
କେମିତି ଛାଡିବ ବାପଘର
ଯିବ କି ସେ ଶାଶୂଘର
ଆର ଗାଁ ଟୋକାଙ୍କ
ଏ ଗାଁ ରେ ହୁଏ ଭିଡ଼
ତାକୁ କରିବାକୁ ଅତି ନିଜର

ଗାଉଁଲୀ ଝିଅ ସେ
କଥା ରେ କଥା ରେ
ଲାଜ କରୁଥାଏ
ମୁଁହ କୁ ତଳକୁ ପୋତି
କାଖେ ନେଉଥାଏ
କଳସିର ଜଳ ସତେ କି
ଚମ୍ପା ସେ ସରମୀ ଲତା

ଗାଉଁଲୀ ଝିଅ ସେ
ନିତି ପୂଜା ପାଠ କରେ
ଗାଁ ବଡ଼ ଦେଉଳ ରେ
ଚଉଁରା ମୂଳରେ
ଦେଇ ଜାଣିଥାଏ
ଗୁରୁବାର ଝୋଟି ଚିତା
ବାର ମାସର ତେର ପରବରେ
କରୁଥାଏ ସେ ଓଷା ବ୍ରତ

ଗାଉଁଲୀ ଝିଅ ସେ
ଭାରି ସୁଆଦ ତା ହାତ ରନ୍ଧା
ଦହି ପଖାଳକୁ
ପୋଡା ବାଇଗଣ ଆଉ ଖଟା
ଆରିସା କାକରା
ଚିତୋଉ ଚକୁଳି
ତିଆରି ସେ ସିଦ୍ଧ ହସ୍ତା
ରୋଗ ଦୁରେ ହୁଏ
ଛୁଇଁ ଦିଏ ସେ ଯେବେ
ରୋଗୀର ମଥା

ଗାଉଁଲୀ ଝିଅ ସେ
ଭାଗ୍ୟକୁ ଥିଲେ ମିଳେ
ଘରକୁ କରିବ
ସରଗ ପୁରୀ ସେ
ବାହା ହୋଇ ତାକୁ
ସଂସାର କରିବ ଯେ
ଜାଣିରଖ ଏହି କଥା।

1 Comment

1 Comment

  1. Binay Mohapatra

    April 12, 2018 at 10:05 pm

    ଖୁବ୍ ସୁନ୍ଦର କବକତାଟିଏ ।

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top