କବିତା

ଗବେଷଣାର ଅନୁଭବ

Pujarini Das's odia poem Gabheshanaara Anubhaba

ଶେଷରେ ସମାପ୍ତିହୁଏ ଆଶାନିରାଶାର ସବୁ ହାଡ଼ଭଙ୍ଗା-ପରିଶ୍ରମର ପ୍ରଚଣ୍ଡ ପ୍ରଚେଷ୍ଟା
ପରନ୍ତୁ ପ୍ରଶ୍ନ ଉଠେ ରୋଜଗାର ପାଇଁ ସରକାରୀ-ପ୍ରଯୋକ୍ତି ହବାଟାହିଁ କି ଗବେଷଣାର ଏକମାତ୍ର ପ୍ରତିଷ୍ଠା? ।୬।

ଗବେଷଣାର ଅନୁଭବ

ପ୍ରଥମେ ଲାଗେ ଗବେଷଣା କରିବାଟା ସବୁଠୁଁ ସରଳ ପାଠର ଫଳାଫଳ
କାରଣ ଆମ ହାତରେ ଥାଏ ପାଞ୍ଚ ବର୍ଷ ଯୋଜନାର ଆର୍ଥିକ ସମ୍ଭଳ ।୧।

ଧୀରେ ଧୀରେ ଲାଗେ ଛାତ୍ରଜୀବନଟା ହିଁ ମଜାକ ମସ୍ତିର ପରିବେଶ
କିନ୍ତୁ ପରେ ଜଣାପଡ଼େ ଇଏତ ଅଟେ ବଡ଼ ଜଟିଳ ଭାଷାର ପରିପ୍ରକାଶ ।୨।

ପ୍ରଥମ ଦ୍ୱିତ୍ୱୟ ବର୍ଷ ବିତେ ପାଠପଢ଼ିବାର ସମ୍ପୂର୍ଣ୍ଣ ଇଚ୍ଛାଶକ୍ତିର ପ୍ରସ୍ତୁତିକରଣ
ଆଗେ ଆଉ ଦୁଇବର୍ଷ ଗଡ଼ିଯାଏ କେବଳ ଜାଣିବାକୁ ସବୁ ସମସ୍ୟାର ନିରାକାରଣ ।୩।

ପଞ୍ଚମବର୍ଷରେ ଖୋଜିବାକୁ ପଡ଼େ ବିଭିନ୍ନ ମନସ୍ଥିତି ପାଇଁ ଚିକିତ୍ସା-ଔଷଧର ସ୍ଥାନ
ସତେଯେମିତି ଗବେଷଣା ଲାଗେ ଜୀବନର ସବୁଠିଁର ସହୀନ ମିଷ୍ଟାନ୍ନ ।୪।

ପ୍ରତି ମୁହୂର୍ତ୍ତରେ ସହିବାକୁପଡ଼େ କେତେ ଯେ ସମାଲୋଚନାର କଟୂବ୍ୟାଖ୍ୟା
ତଥାପି ମନରେ ଉଙ୍କିମାରେ ଗବେଷଣା ପ୍ରତି ଅସୁମାରୀ ଆଗ୍ରହ ଆଉ ତଥ୍ୟଲେଖିବାର ଦୃଢ଼ତା ।୫।

ଶେଷରେ ସମାପ୍ତିହୁଏ ଆଶାନିରାଶାର ସବୁ ହାଡ଼ଭଙ୍ଗା-ପରିଶ୍ରମର ପ୍ରଚଣ୍ଡ ପ୍ରଚେଷ୍ଟା
ପରନ୍ତୁ ପ୍ରଶ୍ନ ଉଠେ ରୋଜଗାର ପାଇଁ ସରକାରୀ-ପ୍ରଯୋକ୍ତି ହବାଟାହିଁ କି ଗବେଷଣାର ଏକମାତ୍ର ପ୍ରତିଷ୍ଠା? ।୬।

ଦୁନିଆର ଅବସ୍ଥା ଦେଖି ସତେ ଯେମିତି ଅନୁଭବ ହୁଏ ‘ଅର୍ଥ’ହିଁ ସବୁ ସମସ୍ୟାର ବ୍ୟବସ୍ଥା
ତା ସାଙ୍ଗରେ ପୁଣି ପ୍ରବଚନ ଶୁଣିବାକୁ ପଡ଼େ ଯେ ବିବାହକରିବାଟା ଜୀବନର ସବୁଠୁଁ ହିଁ ବଡ଼ ଆବଶ୍ୟକତା ।୭।

ବେଳେବେଳେ ବୁଝି ହୁଏ ନାହିଁ ଗବେଷଣା କରିବାର ପ୍ରକୃତ ଲକ୍ଷ୍ୟ ଆଉ ଉଦ୍ୟସର ମୂଳକାରଣର ସମାଧାନ
ସତେ ଯେମିତି ଲାଗେ ଦେଶସ୍ୱାଧୀନତା ହେଲାପରେ ଭି ନାହିଁ ଅନ୍ତରଆତ୍ମାର ତିଳେ ହେଲେ ପରିବର୍ତ୍ତନ ।୮।

ଗବେଷଣା ଜୀବନଟା ଅଟେ ବହୁବର୍ଷର ଚେଷ୍ଟା, ସଂକଳ୍ପ ଆଉ ଉତ୍ତମ ମତାମତର ସାରାଂଶ
ଏଥିପାଇଁ ଦରକାରହୁଏ ସ୍ୱଚ୍ଛ ଚିନ୍ତାଧାରାର ଆକାଂକ୍ଷା, ଭାରସାମ୍ୟର ମନବଳ ସହିତ ଉତ୍ସାହର ସମାବେଶ ।୯।

ଅନ୍ତରେ ଅନୁଭବ ହୁଏ ଗବେଷଣା ନୁହେଁ କେବଳ ଏକ ଆତ୍ମସମ୍ନାନର ପରିଚୟ ଆଉ ସମସ୍ୟାର ଉପସଂହାର
ଇଏତ ଅଟେ ବୁଢିଆଣୀ ଜାଲ ପରି କଠିନ ଚିନ୍ତାଧାରାର ଏକ ଅନୋଖା ଉପହାର ।୧୦।

ନିରୀକ୍ଷଣ ଚିନ୍ତାଧାରା ହିଁ ଗବେଷଣାର ପ୍ରଥମ ସୋପାନ !!

ଲୋକପ୍ରିୟ ଲେଖା

To Top