କବିତା

ଗଛ

Brundabana Das's odia poem Gacha

ଶେଷ କ୍ରମାଙ୍କ ଗଛଟି
ତଥାପି ଥାଏ ନିଃଶଙ୍କ ନିଶ୍ଚଳ ବେଧଡ଼କ
ସମ୍ଭାବ୍ୟ ଚୋଟର ପ୍ରସ୍ତୁତି ସତ୍ତ୍ୱେ ।

ଗଛ

ନିଜ ଚାରିପଟୁ କ୍ରମେ ଲୁଚିଯାଉଥିବା
ଜ୍ଞାତି ପରିଜନଙ୍କ ଅବର୍ତ୍ତମାନରେ
ଶେଷ କ୍ରମାଙ୍କ ଗଛଟି
ତଥାପି ଥାଏ ନିଃଶଙ୍କ ନିଶ୍ଚଳ ବେଧଡ଼କ
ସମ୍ଭାବ୍ୟ ଚୋଟର ପ୍ରସ୍ତୁତି ସତ୍ତ୍ୱେ ।

ଗଛ ହିଁ କେବଳ ଦେଇପାରେ ଗୁରୁମନ୍ତ୍ର
ହଲଚଲ ମାଟି ଉପରେ ଶକ୍ତ ଭାବେ
ପାଦ ରଖିବାକୁ
ସମ୍ପର୍କକୁ ଯୋଡିବାକୁ ନିଃସର୍ତ୍ତ ଅନୁରକ୍ତିରେ
ଅପସମୟର ଯେତେ ସବୁ ଝଡ଼ ବର୍ଷା ଅବପାତ
ମଥା ଟେକି ସାମ୍ନା କରିବାର ଅସୀମ ଧୈର୍ଯ୍ୟ ଓ
ଝୁଣ୍ଟି ପଡ଼ି ଉଠି ଛିଡ଼ା ହେବାର ଅଦମ୍ୟ ଉଚ୍ଛ୍ଵାସ
ସାବଳୀଳତାର ଟୋପା ଟୋପା ଅମୀୟଝର
ଖୋଜି ପାଇବ କେବଳ ତା’ଠୁଁ
ମାଗ କି ନମାଗ ସେ ଦେବ ହିଁ ଦେବ
ଯେପରିକି ସେ ଚୁକ୍ତିବଦ୍ଧ କେଉଁ ଯୁଗରୁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top