କବିତା

ଗର୍ଭବତୀ

Minati Pradhan's odia poem Garbhabatee

ସ୍ଵପ୍ନରେ ମସଗୁଲ
ନୟନରୁ ନିଦ୍ରା ପରି ହଜେ,
ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ
ଭାଗରେ ।
କେତେବେଳେ କର୍ତ୍ତବ୍ୟ
ଆଢୁଆଳେତ
କେବେ ସମାଜର ଦ୍ଵାହି
ୟା ଭିତରେ ସୃଜନଶୀଳତା
ପୁଣିଥରେ
କରାଘାତ କରେ ହୃଦୟ ଦୁଆରେ ।

ଗର୍ଭବତୀ

ନଜର ପଡିଲା କ୍ଷଣି
ଅନ୍ତରରେ ଜାଗେ ଅନେକ ମଶାଲ
କ୍ଷଣିକରେ ପୁଲକିତ କରି,
ସାରା ଅଙ୍ଗ ଓ ପ୍ରତ୍ୟଙ୍ଗ ।

ନୀରବ ମୁହୂର୍ତ୍ତରେ
ସାଜେ ଅନ୍ତସତ୍ଵା
କେବେ ପୁଣି, କଅଁଳ ସୃଷ୍ଟି
ଦିନର ଆଲୋକ ଦେଖିବା ପୂର୍ବରୁ
ରକ୍ତ ଓ ମାଂସ ପେଣ୍ଡୁଳାରେ
ବହି ଯାଏ ଆଶା ଓ ଆକାଂକ୍ଷା |

ସ୍ଵପ୍ନରେ ମସଗୁଲ
ନୟନରୁ ନିଦ୍ରା ପରି ହଜେ,
ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ଭାଗରେ ।
କେତେବେଳେ କର୍ତ୍ତବ୍ୟ ଆଢୁଆଳେତ
କେବେ ସମାଜର ଦ୍ଵାହି
ୟା ଭିତରେ ସୃଜନ ଶୀଳତା ପୁଣିଥରେ
କରାଘାତ କରେ ହୃଦୟ ଦୁଆରେ ।

ନିରାଶାର ଶିକୁଳି ଖୋଲିଯାଏ
ଆପେ ଆପେ, ଚିର ବନ୍ଧ୍ୟା
ଆଉଥରେ ସଜେ ଆଶାୟୀ ଗର୍ଭବତୀ ।

ଏଇଥର ମନ ପ୍ରାଣ, ଲୁହ ଲହୁ ସିଞ୍ଚି
ଚୁପଚାପ ବଢାଏ, ଭିତରର କଳିକୁ
ମଳୟ ପବନ ଓ ଖରା ଟିକେ
ମିଳିଲେ ଝଲସିବ, ତା ରୂପ ଲାବଣ୍ୟ
ସାଜିବ ତା ଆଭୂଷଣ ପିନ୍ଧି ।

ମାତ୍ର ବାହାର ଡରରେ, ହଠାତ କିନା
ମୂଲ୍ୟହୀନ ଲାଗେ ସବୁ କଲ୍ପନା ଜଳ୍ପନା ।
ଜୁଳୁଜୁଳିଆ ପୋକ ପରି, ଜଳେ ଲିଭେ ଦ୍ଵନ୍ଦ
ଭିତରେ ହିଁ ବାନ୍ଧି ରଖେ କାହିଁ କେତେକାଳ !
ସମୟ ର ପକ୍ଵତା ହିଁ ତାର ଅସଲ ପରିଚୟ ….

ଲୋକପ୍ରିୟ ଲେଖା

To Top