କବିତା

ଘଡ଼ି

Niranjan Jena's odia poem Ghadi

ପ୍ରତୀକ୍ଷାର ବେଳ ମନେହୁଏ
ଧୁ, ଧୁ ଖରାବେଳ
ସବୁଜ ବନ, ଝରଝର ଝରଣା
ବଦଳିଯାଏ ନିଥର ମରୁ
ଭାସିଯାଏ ଭଲ ପାଇବାର ଗୋଲାପି ଅକ୍ଷର ।

ଘଡ଼ି

ପୃଥିବୀର ସବୁ ଘଡ଼ିକି ଠିକ୍‌ଠାକ୍ ଚାଲେ ।
କେହି ନା କେହି ଆସି
ଅପେକ୍ଷା କରେ ପ୍ରତୀକ୍ଷାଗାରେ
ଚିଠିର ନୀଳ ଅକ୍ଷର
ଲିଭିଯାଏ ଆଖିର ଲୁହରେ ।

ପ୍ରତୀକ୍ଷାର ବେଳ ମନେହୁଏ
ଧୁ, ଧୁ ଖରାବେଳ
ସବୁଜ ବନ, ଝରଝର ଝରଣା
ବଦଳିଯାଏ ନିଥର ମରୁ
ଭାସିଯାଏ ଭଲ ପାଇବାର ଗୋଲାପି ଅକ୍ଷର ।

କଣ୍ଢେଇ ଖେଳ ସେମିତି ଚାଲିଥାଏ ଗାଁ ଦାଣ୍ଡରେ
ଫେରି ଦେଖେ କିଶୋରୀଟି
ଆଡ଼ ଚାହାଁଣୀରେ- ସବାରୀ ଭିତରେ
ତା’ ଜାଗାଟି କେବେ ବି ଖାଲି ତ ପଡ଼ିନି
ଅନ୍ୟ କେତେଜଣ ଗଢୁଛନ୍ତି କଣ୍ଢେଇ ସଂସାର
କିଶୋରୀଟି ଭାବେ
ପୃଥିବୀର କେତକ ଘଡ଼ି ସଠିକ୍ ଚାଲନ୍ତି
ଠିକ୍ ତା’ର ବୟସ ସାଥିରେ ।

ଲୋକପ୍ରିୟ ଲେଖା

To Top