କବିତା

ଘର ବାହୁଡା

Binaya Mohapatra's Odia Poem GHARA BAAHUDAA

ଝିଅ ମୋର ଖିଲି ଖିଲି ହସି ଦେଲା
ଯେତେ ବେଳେ ତାକୁ
ମୋ କୋଳର ସାମ୍ରାଜ୍ୟ ମିଳିଲା ।

ଘର ବାହୁଡା

ବୁଢା ସୁର୍ଯ୍ୟ ଯେତେବେଳେ
ସାରା ଦିନର କ୍ଳାନ୍ତି ମିଟାଇବାକୁ
ଘର ମୁଁହା ହେଲା,
ତାର କ୍ଳାନ୍ତ ଚେହେରା
ଫିକା ନୁହେଁ ତେଜସ୍ୱ ନୁହେଁ
ନାଲି ଦିଶୁଥିଲା ।

ମୁଁ ବି ନିଜର କାମ ନିପ୍ଟାଇବାରେ
ଲାଗି ପଡିଥିଲି।

ମୋତେବି ଫେରିବାକୁ ଅଛି
ନୀଡ ବାହୁଡା ପକ୍ଷୀର ଡେଣାରେ।।

କେହିଜଣେ କବାଟରେ ଆଖି ଲଗେଇ
ମୋ ବାଟ ଚାହିଁଥିବ ।

କଲିଂ ବେଲର ଘଣ୍ଟି ସହ ମୋ ନୀଡରେ ବି
ଗହଳ ଚହଳ ଆରମ୍ଭ ହେଇଯିବ ।

ଝିଅ ମୋର ଧାଇଁ ଆସି
ଗୋଡକୁ ମୋ କୁଣ୍ଢେଇ ଧରିବ ।

କୋଳେଇ ନବାକୁ ଅଝଟ କରିବ ।

ପୁଅ ଏବେ ବସିବା ଶିଖୁଚି ।

ଗୁରୁଣ୍ଡି ଗୁରୁଣ୍ଡି ସାରା ଘର ମାଇନା କରୁଚି ।

ସିଏବି ନାନୀର ଅଝଟ ଦେଖି ଅନେଇ ରହିବ ।।

ଝିଅ ମୋର ଖିଲି ଖିଲି ହସି ଦେଲା
ଯେତେ ବେଳେ ତାକୁ
ମୋ କୋଳର ସାମ୍ରାଜ୍ୟ ମିଳିଲା ।

ତା ହସର ଗୋଲିପି ଛଟାରେ
ଘର ମୋର ପୁଲ୍ଲକି ଉଠିଲା।

ସେ ରଙ୍ଗରେ ଆଉ କିଛି ରଙ୍ଗ
ମୋ ପୁଅର ସେ ପାକୁଆ ଓଠରେ
ଆଉ କିଛି ରଙ୍ଗ ମୋର
ପ୍ରୀୟା ର ଗୋଲାପି ଅଧରେ ।।

ଏଇ ମୋର ଘର ଏଇ ମୋ ସଂସାର
ଏଇ ମୋର ସ୍ୱର୍ଗ ।

ଏ ସ୍ୱର୍ଗରେ ମୋ ପ୍ରିୟାର ପ୍ରେମ ଅଛି
ଆଉ ଅଛି ବାତ୍ସଲ୍ୟର ଗଙ୍ଗା
ଝର ଝର ଅବିରତ ।।

ସାରା କ୍ଳାନ୍ତି ଧୋଇଯାଏ
ମୋ ଝିଅର ବାପା ଡାକରେ ।

ମୋ ପୁଅର ସେ ମିଠା ପାକୁଆ ହସରେ ।

ମୋ ପ୍ରିୟା ର ସେଇ କୋମଳ ଷ୍ପର୍ଶରେ ।।

ସ୍ୱର୍ଗ ଯଦି ସତ ହୁଏ ସେ ସ୍ୱର୍ଗ ଏଇ ମୋର ଘର
ଭଗବାନ ସତ ଯଦି ଏଇ ତାଙ୍କ ମନ୍ଦିର ।

ମୁଁ ଭାଗ୍ୟବାନ ନିତି ନିତି ଭଗବାନ ଙ୍କୁ ଦେଖୁଚି
ମୋ ପ୍ରୀୟାର ପ୍ରେମରେ
ମୋ ଝିଅର ଅଳି ଅଝଟରେ
ମୋ ପୁଅର ନିଷ୍ପାପ ନିର୍ମଳ ହସରେ ।।

ଲୋକପ୍ରିୟ ଲେଖା

To Top